ଦିଲ୍ଲୀ ନିର୍ବାଚନ: ମ୍ୟାଜିକ ନମ୍ବର ପାର କଲାଣି ବିଜେପି

ନୂଆଦିଲ୍ଲୀ:  ଦିଲ୍ଲୀ ନିର୍ବାଚନ ଏକପାଖିଆ । ମ୍ୟାଜିକ ନମ୍ବର ପାର କରିସାରିଲାଣି ବିଜେପି । ଅଧିକାଂଶ ଆସନରେ ଆଗୁଆ ରହିଛି ବିଜେପି । ବର୍ତ୍ତମାନ ସୁଦ୍ଧା ୪୫ ଆସନରେ ଆଗୁଆ ଥିବାବେଳେ ଆପ୍ ୨୫ ଆସନରେ ଆଗୁଆ ରହିଛି । କଂଗ୍ରେସ ଗୋଟିଏ ବି ଆସନରେ ଆଗୁଆ ହୋଇନାହିଁ । ଦଳର ବହୁ ହେଭିୱେଟ ନେତାଙ୍କୁ ପଛରେ ପକାଇଥିବା ସୂଚନା ମିଳିଛି ।

ନୂଆଦିଲ୍ଲୀ ଆସନରେ ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲ ପଛାଇଥିବାବେଳେ ବିଜେପି ପ୍ରାର୍ଥୀ ପରବେଶ ବର୍ମା ଆଗେଇଛନ୍ତି । ଜଙ୍ଗପୁରା ଆସନରେ ଆପ ହେଭିୱେଟ ତଥା ପୂର୍ବତନ ଉପମୁଖ୍ଯମନ୍ତ୍ରୀ ମନୀଷ ସିସୋଦିଆ ଆଗୁଆ ଅଛନ୍ତି । କାଲକାଜୀରୁ ବିଜେପି ପ୍ରାର୍ଥୀ ରମେଶ ବିଧୁରୀ ଆଗୁଆ ଅଛନ୍ତି । ସେଠାରେ ସେ ମୁଖ୍ଯମନ୍ତ୍ରୀ ଆତିଶୀକୁ ପଛରେ ପକେଇଛନ୍ତି। ନୂଆଦିଲ୍ଲୀ ଆସନରୁ କଂଗ୍ରେସ ପ୍ରାର୍ଥୀ ସନ୍ଦୀପ ଦୀକ୍ଷିତ ପଛୁଆ ଅଛନ୍ତି। ଶକୁର ବସ୍ତିରେ ଆପ୍ ପ୍ରାର୍ଥୀ ସତ୍ୟନ୍ଦ୍ର ଜୈନ ପଛୁଆ ଅଛନ୍ତି । ବାବରପୁର ଆସନରେ ଆପର ଗୋପାଳ ରାଏ ଆଗୁଆ ଅଛନ୍ତି। ଗ୍ରେଟର କୈଳାସରୁ ଆପ୍ ପ୍ରାର୍ଥୀ ସୌରଭ ଭରଦ୍ବାଜ ପଛୁଆ ଅଛନ୍ତି ।