ମଣିପୁର ପ୍ରସଙ୍ଗରେ ଏନଡିଏ ଭର୍ସେସ ଇଣ୍ଡିଆ, ସାଂସଦ ପୂରା ଅଧିବେଶନରୁ ନିଲମ୍ବିତ

1 min read

ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗରେ ଏନଡିଏ ଭର୍ସେସ ଇଣ୍ଡିଆ । ମୌସୁମୀ ଅଧିବେଶନ ତୃତୀୟ ଦିନରେ ସଂସଦ ପରିସରରେ ବିରୋଧୀଙ୍କ ବିକ୍ଷୋଭ । ମଣିପୁରରେ ମହିଳା ବିରୋଧୀ ହିଂସାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିରୋଧୀ । ବିରୋଧୀ ମହାମେଣ୍ଟର ସବୁ ଦଳର ସାଂସଦ ଏକାଠି ହୋଇ ସରକାର ବିରୋଧରେ ନାରାବାଜୀ କରିଛନ୍ତି ।

ଇଣ୍ଡିଆ ଫର ମଣିପୁର ପ୍ଲା-କାର୍ଡ ଧରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିରୋଧୀ । ତିନି ମାସ ଧରି ମଣିପୁର ଜଳୁଥିବା ବେଳେ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି ବୋଲି ବିରୋଧୀ କହିଛନ୍ତି। ମହିଳାଙ୍କ ବିରୋଧୀ ଅପରାଧ ଚରମ ସୀମାରେ ପହଞ୍ଚିଛି । ମଣିପୁର ପ୍ରସଙ୍ଗରେ ଉଭୟ ଗୃହରେ ପ୍ରଧାନମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ।

ଉଭୟ ଗୃହରେ ମଣିପୁର ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ଜୋରଦାର ହଙ୍ଗାମା, ନାରାବାଜି ଯୋଗୁ ରାଜ୍ୟସଭାକୁ ଦିନ ୨ଟା ଯାଏଁ ମୁଲତବି କରିଦିଆଯାଇଛି । ଅନ୍ୟପଟେ ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ଅଭିଯୋଗରେ ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ସସପେଣ୍ଡ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ । ସଂଜୟଙ୍କୁ ପୂରା ଅଧିବେଶନରୁ ନିଲମ୍ବନ କରାଯାଇଛି ।