ବଢ଼ିଲା ଆପ୍ ବିଧାୟକ ପ୍ରକାଶ ଜରଓ୍ବାଲଙ୍କ ଅଡୁଆ

1 min read

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ବିଧାୟକ ପ୍ରକାଶ ଜରବାଲଙ୍କ ବଢ଼ିଲା ଅଡ଼ୁଆ । ଆତ୍ମହତ୍ୟା କରିବା ପାଇଁ ଉସୁକାଇଥିବା ମାମଲାରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଡ. ରାଜେନ୍ଦ୍ର ଭାଟିଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି । ସେ ଆତ୍ମହତ୍ୟା କରିବା ପାଇଁ ପ୍ରବର୍ତ୍ତାଇଥିବା କୁହାଯାଇଛି । IPC ଧାରା ୩୦୬ ଏବଂ ୧୨୦ ବି ହିସାବରେ ଦୋଷୀ ସାବ୍ୟସ୍ତ କରିଛନ୍ତି । କହି ରଖୁଛୁ କି, ଏପ୍ରିଲ ୨୦୨୦ ମହିହାରେ ଡ. ରାଜେନ୍ଦ୍ର ଭାଟି ନିଜ ବାସଭବନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ପୋଲିସ ଘଟଣାର ତଦନ୍ତ କରିଥିବାବେଳେ ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମିଳିଥିଲା । ଯେଉଁଥିରେ ଆପ୍ ବିଧାୟକ ପ୍ରକାଶଙ୍କ ନାମ ରହିଥିଲା । ବିଧାୟକ ଏବଂ ତାଙ୍କ ସହଯୋଗୀମାନେ ଧମକାଉଥିବା ଏଥିରେ ଲେଖାଯାଇଥିଲା । ପୋଲିସ ସମସ୍ତଙ୍କୁ ଡାକି ପଚରା ଉଚରା କରୁଥିବାବେଳେ ମାମଲା ବିଚାରାଧିନ ରହିଥିଲା । କୋର୍ଟରେ ଏବେ ପ୍ରକାଶଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ।