ଦିଲ୍ଲୀରେ ମେୟର ନିର୍ବାଚନକୁ ନେଇ ମହାସଂଗ୍ରାମ

ନୂଆଦିଲ୍ଲୀ : ମେୟର ନିର୍ବାଚନକୁ ନେଇ ମହାସଂଗ୍ରାମ । ଦିଲ୍ଲୀରେ ମେୟର ନିର୍ବାଚନକୁ ନେଇ ଆରପାର । ତିନି ଥର ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ ସ୍ଥଗିତ ରହିଥିବା ବେଳେ ଭୋଟିଂ ନିୟମରେ ପରିବର୍ତ୍ତନକୁ ନେଇ ଆଜି ରାସ୍ତାକୁ ଓହ୍ଲାଇଛି ଆମ ଆଦମୀ ପାର୍ଟି । ବିଜେପି ହେର୍ଡକ୍ବାର୍ଟର ଆଗରେ ଆପ୍ ନେତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ବିଜେପି ଗଣତନ୍ତ୍ରକୁ ହତ୍ୟା କରୁଛି ବୋଲି ଆମ ଆଦମୀ ପାର୍ଟି ଅଭିଯୋଗ କରିଛି । ଦିଲ୍ଲୀ ଉପରାଜ୍ୟପାଳ ୧୦ ମନୋନୀତ ସଦସ୍ୟଙ୍କୁ ଭୋଟିଂ ପାଇଁ ଅନୁମତି ଦେବାକୁ ନେଇ ଗତକାଲି ଏମସିଡି ହାଉସରେ ଜୋରଦାର ହଙ୍ଗାମା ହୋଇଥିଲା । ସମ୍ବିଧାନ ବିରୋଧରେ ଯାଇ ଉପରାଜ୍ୟପାଳ ନିର୍ବାଚନ କରିବାକୁ ଚାହୁଁଥିବାରୁ ଆପ ଏହାର ଦୃଢ଼ ବିରୋଧ କରିଥିଲା ।

ସେପଟେ ଉପରାଜ୍ୟପାଳଙ୍କ ମନମାନୀକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଆପ । ତିନି ଥର ନିର୍ବାଚନ ସ୍ଥଗିତ ରଖାଯିବାକୁ ନେଇ ଆମ ଆଦମୀ ପାର୍ଟିର ମେୟର ପ୍ରାର୍ଥୀ ଶେଲି ଓବରଏ ପିଟିସନ ଦାଏର କରିଛନ୍ତି ।