ଟିକେଟ ନମିଳିବାରୁ ଟାଓ୍ବାର ଉପରେ ଚଢ଼ିଲେ ଆପ୍ ନେତା

1 min read

ନୂଆଦିଲ୍ଲୀ: MCD ଇଲେକ୍ସନ ପୂର୍ବରୁ ହାଇଡ୍ରାମା । ଟିକେଟ ନମିଳିବାରୁ ଟାଓ୍ବାର ଉପରେ ଚଢ଼ି ପ୍ରତିବାଦ । ଟାଓ୍ବାର ଉପରେ ଚଢ଼ି ପ୍ରତିବାଦ କରିଛନ୍ତି ଆମ ଆଦମୀ ପାର୍ଟି ନେତା। ଦିଲ୍ଲୀ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ଟିକେଟ ଘୋଷଣା ପରେ ଏଭଳି ପ୍ରତିବାଦ କରିଛନ୍ତି ପୂର୍ବତନ କାଉନସିଲର ହସିବ ଉଲ ହୁସେନ।

ତାଙ୍କ କହିବା କଥା ଦଳୀୟ ନେତା ତାଙ୍କୁ ଧୋକ୍କା ଦେଇଛନ୍ତି। ଶେଷ ମୁହୁର୍ତ୍ତରେ ତାଙ୍କ ଟିକେଟ କଟାଯାଇ ଅନ୍ୟଜଣଙ୍କୁ ଟିକେଟ ଦିଆଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ହୁସେନଙ୍କୁ ବୁଝାଶୁଝା କରିଛି। ହସିବ ପୂର୍ବରୁ ମଧ୍ୟରେ ଚର୍ଚ୍ଚାରେ ରହିଛନ୍ତି। ଡ୍ରେନ ସଫା ନଥିବାରୁ ସେ ନିଜେ ଡ୍ରେନ ଭିତରେ ପଶି ସଫା କରିଥିଲେ। ଏହାପରେ ଲୋକମାନେ ତାଙ୍କୁ କ୍ଷୀରରେ ଗାଧୋଇଥିବା ଭିଡିଓ ବେଶ୍‌ ଚର୍ଚ୍ଚିତ ହୋଇଥିଲା। ଆସନ୍ତା ଡିସେମ୍ବର ୪ରେ ହେବାକୁ ଥିବା ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ଆମ ଆଦମୀ ପାର୍ଟି ୨୫୦ ଜଣଙ୍କ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ସେହିପରି ବିଜେପି ୨୫୦ ଆସନ ମଧ୍ୟରୁ ୨୩୨ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ସେମାନଙ୍କ ମଧ୍ୟରେ ୯ଜଣ ପୂର୍ବତନ ମେୟର, ୫୨ଜଣ ପୂର୍ବତନ କାଉନସିଲର ସାମିଲ ଅଛନ୍ତି ।