spot_img

Latest Posts

ବିବାଦୀୟ ବୟାନ ମାମଲା; ଆପ୍ ଗୁଜରାଟ ମୁଖ୍ୟ ଗୋପାଳ ଇଟାଲିଆ ଅଟକ

ନୂଆଦିଲ୍ଲୀ: ବିବାଦୀୟ ବୟାନ ମାମଲାରେ ଆମ ଆଦମୀ ପାର୍ଟି ଗୁଜରାଟ ରାଜ୍ୟ ସଭାପତି ଗୋପାଳ ଇଟାଲିଆଙ୍କୁ ଅଟକ ରଖିଛି ଦିଲ୍ଲୀ ପୋଲିସ। ଆଜି ଅଫିସରେ ହାଜର ହେବା ଲାଗି ଗୋପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜାତୀୟ ମହିଳା ଆୟୋଗ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଏବଂ ମନ୍ଦିର ଓ ଧାର୍ମିକ ପ୍ରବଚନଗୁଡ଼ିକ ଶୋଷଣର ଅନ୍ତୁଡ଼ିଶାଳ ବୋଲି କହି ଚର୍ଚ୍ଚାରେ ଥିଲେ ଗୋପାଳ।

ବିକାଶ ଓ ସମ୍ମାନ ଚାହୁଁଥିବା ମହିଳାମାନେ ମନ୍ଦିରକୁ ନ ଯିବା ଲାଗି ସେ ପରାମର୍ଶ ଦେଇ ବିବାଦ ଘେରକୁ ଆସିଥିଲେ। ପ୍ରଧାନମନ୍ତ୍ରୀଙ୍କ ସମ୍ପର୍କରେ ମନ୍ତବ୍ୟର ଏକ କ୍ଲିପ ପଦାକୁ ଆସିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ। ସେପଟେ ଇଟାଲିଆଙ୍କୁ ସମର୍ଥନ କରିଛନ୍ତି ଆପର ଗୁଜରାଟ ପ୍ରଭାରୀ ତଥା ରାଜ୍ୟସଭା ସାଂସଦ ରାଘବ ଚଢା।

ତେଣେ ଏନସିଡବ୍ଲୁ ମୁଖ୍ୟ ରେଖା ଶର୍ମା ଅଭିଯୋଗ କରିଛନ୍ତି- ତାଙ୍କର କାର୍ଯ୍ୟାଳୟ ଆଗରେ ଆପ୍ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଜି ଗୋପାଳ କମିଶନଙ୍କ କାର୍ଯ୍ୟାଳୟରେ ହାଜର ହେବା ପରେ ତାଙ୍କୁ ପୋଲିସ ଅଟକ ରଖିଥିଲା। ଗୋପାଳଙ୍କୁ ଅଟକ ରଖିବା ଘଟଣାରେ ଦିଲ୍ଲୀ ପୋଲିସକୁ ସମାଲୋଚନା କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ପ୍ରତିବାଦରେ ଗୋପାଳ କହିଛନ୍ତି ତାଙ୍କୁ ଏନସିଡବ୍ଲୁ ମୁଖ୍ୟ ଜେଲରେ ପୂରାଇବାକୁ ଧମକ ଦେଉଛନ୍ତି । ମାତ୍ର ସେ ଡରିବେ ନାହିଁ ।

Latest Posts

Don't Miss