ଆଜି ବି ପାର୍ଲାମେଣ୍ଟରେ ଆଦାନୀ ତାତି, ପ୍ଲା-କାର୍ଡ ଧରି କଲେ ବିକ୍ଷୋଭ ବିରୋଧୀ

1 min read

ନୂଆଦିଲ୍ଲୀ : ଆଜି ବି ଆଦାନୀ ପ୍ରସଙ୍ଗରେ ତାତିଲା ପାର୍ଲାମେଣ୍ଟ । ସଂସଦ ବାହାରେ ସରକାର ବିରୋଧରେ ନାରାବାଜି । ହାତରେ ପ୍ଲା-କାର୍ଡ ଧରି ସରକାର ବିରୋଧରେ ନାରା ଦେଇଛନ୍ତି ଆପ ଓ ବିଆରଏସ ସାଂସଦ । ଆଦାନୀ ପ୍ରସଙ୍ଗରେ ଯୁଗ୍ମ ସଂସଦୀୟ କମିଟି ଗଠନ ପାଇଁ ବିରୋଧୀ ଦାବି କରିଛନ୍ତି ।

ହଜାର ହଜାର କୋଟିର ଘୋଟାଲାର ଯାଞ୍ଚ ପାଇଁ ବିରୋଧୀ ସାଂସଦ ଦାବି କରିଛନ୍ତି । ଆଦାନୀ ସହ ସରକାରଙ୍କ ସମ୍ପର୍କ ଚଳିବନି ବୋଲି ନାରା ଦେଇଥିଲେ । ସେପଟେ ଦରବୃଦ୍ଧି ଓ ଆଦାନୀ ପ୍ରସଙ୍ଗରେ ଆଜି ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଛି ଯୁବ ଓ ମହିଳା କଂଗ୍ରେସ ।

ଆନ୍ଦୋଳନ ସ୍ଥଳରୁ ଅନେକ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଛି ପୋଲିସ । ଆଦାନୀ ପ୍ରସଙ୍ଗରେ ଆଲୋଚନା କରାଯାଉ ନଥିବା ବେଳେ ଆନ୍ଦୋଳନକାରୀଙ୍କ ଉପରେ ପୋଲିସ ଅତ୍ୟାଚାର କରୁଛି ବୋଲି ଯୁବ କଂଗ୍ରେସ କହିଛି ।