ଆରମ୍ଭ ହେଲା ଦିଲ୍ଲୀ ଏମସିଡି ଭୋଟ ଗଣତି ; ଆପ୍ ଆଗୁଆ

ନୂଆଦିଲ୍ଲୀ : ଦିଲ୍ଲୀ ଏମସିଡି ନିର୍ବାଚନର ଚାଲିଛି ଭୋଟ ଗଣତି । ଆରମ୍ଭରୁ ୧୦୦ରୁ ଅଧିକ ସିଟରେ ଆଗୁଆ ରହିଛି ଆମ୍ ଆଦମୀ ପାର୍ଟି । ଆପକୁ କଡ଼ା ଟକ୍କର ଦେଉଛି ବିଜେପି । ମହାନଗର ନିଗମର ୨୫୦ଟି ଓ୍ବାର୍ଡରେ ନିର୍ବାଚନ ହୋଇଥିବା ବେଳେ, ୧୩୪୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି ।

ଦୀର୍ଘ ୧୫ ବର୍ଷ ପରେ ବିଜେପି ହାତରୁ ଖସିପାରେ ଏମସିଡି । ଦିଲ୍ଲୀର ମିନି ସରକାର ଗଠନ ପାଇଁ ଆପ୍ ସପକ୍ଷରେ ଭୋଟ ପଡ଼ିଛି ବୋଲି ବୁଥ୍ ବାହୁଡ଼ା ମତରୁ ଜଣାପଡ଼ିଥିଲା । ଏଗଜିଟ ପୋଲ କରିଥିବା ଅଧିକାଂଶ ସଂସ୍ଥା ଦିଲ୍ଲୀ ଏମସିଡିରେ ଆମ ଆଦମୀ ପାର୍ଟିକୁ ପୂର୍ଣ୍ଣ ବହୁମତ ମିଳିଥିବା ରିପୋର୍ଟ କରିଥିଲେ ।