spot_img

Latest Posts

କେଜ୍ରିୱାଲଙ୍କ ଘର ବାହାରେ ଭଙ୍ଗାରୁଜା: ବିଜେପି ନେତାଙ୍କ ନାଁରେ ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଘରେ ଭଙ୍ଗାରୁଜା ହୋଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି ଭଙ୍ଗାରୁଜା ବିଜେପି ନେତା କରିଥିବା ଅଭିଯୋଗ କରିଛି। କାର୍ଯ୍ୟାଳୟ ମୁତାବକ ଧାରଣାରେ ବସିଥିବା ବିଜେପି ନେତାମାନେ କେଜରିୱାଲଙ୍କ ଘର ବାହାରେ ଲାଗିଥିବା ସିସିଟିଭିକୁ ଭାଙ୍ଗିଦେଇଛନ୍ତି।

ଅନ୍ୟପଟେ ଉତ୍ତର ଦିଲ୍ଲୀ ନଗର ନିୟମର ମେୟର ଜୟପ୍ରକାଶ ଅଭିଯୋଗ କରିଛନ୍ତି ଯେ ବିଗତ ୭ ଦିନ ହେଲାଣି ସେମାନେ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ଧାରଣାରେ ବସିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭେଟିବା ତ ଦୂର ସେ ଏ ନେଇ କୌଣସି ଆଲୋଚନା ବି କରିବାକୁ ଚାହୁଁ ନାହାଁନ୍ତି। ସେ କହିଛନ୍ତି ଯେ ରବିବାର ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ଧାରଣାରେ ବସିଥିବା ମହିଳା କାଉନସିଲର ଶୋଇଥିଲେ। ହେଲେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର କର୍ମୀମାନେ ମହିଳାଙ୍କ ଗୋପନୀୟତାକୁ ନଜର ଅନ୍ଦାଜ କରି ସେଠାରେ କ୍ୟାମେରା ଲଗାଇବା ଆରମ୍ଭ କରିଦେଇଥିଲେ। ଯାହାକୁ ମହିଳା ଜଣକ ବିରୋଧ କରିଥିଲେ।

ସିସିଟିଭି ଭଙ୍ଗାରୁଜା ଅଭିଯୋଗକୁ ଖଣ୍ଡନ କରିମେୟର ଜୟପ୍ରକାଶ କହିଛନ୍ତି, ‘ଆମେ କୌଣସି ସିସିଟିଭି କ୍ୟାମେରା ଭାଙ୍ଗିନାହୁଁ, କେବଳ ମହିଳା କାଉନସିଲରଙ୍କ ମୁଣ୍ଡ ଉପରେ ଲାଗିଥିବା କ୍ୟାମେରାକୁ ଲଗାଇଦେଇ ନାହୁଁ।’ ଜଣାଇଦେବାକୁ ଚାହୁଁ ଯେ ଏହା ପୂର୍ବରୁ ବିଜେପି ନେତାମାନେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଘରେ ମଧ୍ୟ ଭଙ୍ଗାରୁଜା କରିବାର ଅଭିଯୋଗ ହୋଇଥିଲା। ଆପ ତରଫରୁ ଏହାର ଏକ ଭିଡିଓ ମଧ୍ୟ ଜାରି କରାଯାଇଥିଲା।

ସୂଚନାଯୋଗ୍ୟ, ଦିଲ୍ଲୀରେ କିଛି ଦିନ ଧରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ତିନି ଏମସିଡି ମେୟର ଓ କିଛି କାଉନସିଲର୍ ଧାରଣାରେ ବସିଛନ୍ତି। ବିଜେପି ଅଭିଯୋଗ କରିଛି ଯେ ଦିଲ୍ଲୀ ସରକାର ଉତ୍ତର, ଦକ୍ଷିଣ ଏବଂ ପୂର୍ବ ମ୍ୟୁନିସିପାଲିଟି କର୍ପୋରେସନକୁ ଅବଶିଷ୍ଟ ୧୩ ହଜାର କୋଟି ଟଙ୍କା ଦେଉନାହାଁନ୍ତି। ଅନ୍ୟପଟେ ଆପ ଅଭିଯୋଗ କରିଛି ଯେ ବିଜେପି ଶାସିତ ପୌର ସଂସ୍ଥା ୨୫ ହଜାରକୋଟି ଟଙ୍କାର ଘୋଟାଲା କରିଛି। AAP ପ୍ରଶ୍ନ ଉଠାଇଛି ଯେ ବିଜେପିକୁ ବିରୋଧ କରିବାକୁ ଅନୁମତି ଦିଆଯାଇଛି, କିନ୍ତୁ ତାଙ୍କ ଦଳ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଘର ବାହାରେ ବିରୋଧ କରିବାକୁ ଅନୁମତି ପାଇନାହିଁ। ବରଂ ଗତକାଲି ଆପର ବିଧାୟକ ରାଘବ ଚଡ୍ଡାଙ୍କ ସମେତ ୯ ଜଣଙ୍କୁ ବିରୋଧ ପ୍ରଦର୍ଶନ ପୂର୍ବରୁ ଦିଲ୍ଲୀ ପୁଲିସ୍ ଉଠାଇନେଇଥିଲା।

 

 

Latest Posts

Don't Miss