‘ଦ କାଶ୍ମୀର ଫାଇଲ୍ସ’କୁ ନେଇ ଅମୀର ଖାନଙ୍କ ମନ୍ତବ୍ୟ: ମୁଁ ଦେଖିବି, ସମସ୍ତେ ଦେଖନ୍ତୁ ଏହି ଫିଲ୍ମ..

1 min read

ମୁମ୍ବାଇ: ବକ୍ସ ଅଫିସରେ ଜବରଦସ୍ତ ରୋଜଗାର କରୁଛି ଚଳଚ୍ଚିତ୍ର ନିର୍ମାତା ବିବେକ ଅଗ୍ନୀହୋତ୍ରୀଙ୍କ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’  । ୯୦ ଦଶକରେ କାଶ୍ମୀରରେ ଘଟିଥିବା ରକ୍ତାକ୍ତ ଘଟଣାକୁ ବଖାଣୁଛି ଏହି ଫିଲ୍ମ  । ଘାଟିରେ  ସଂଖ୍ୟା ଲଘୁ ହିନ୍ଦୁଙ୍କ ଉପରେ ହୋଇଥିବା ବର୍ବର ଆକ୍ରମଣକୁ ନେଇ ନିର୍ମାଣ ହୋଇଛି ବାସ୍ତବ କାହାଣୀ । ଏହି ଚଳଚ୍ଚିତ୍ରକୁ ନେଇ ରାଜନୀତିକରଣ ମଧ୍ୟ ଆରମ୍ଭ ହୋଇଛି  । କାଶ୍ମୀର ପଣ୍ଡିତ ମାନଙ୍କ ପଳାୟନକୁ ନେଇ କେଉଁ ନେତାଙ୍କ ସମ୍ପୃକ୍ତି ରହିଥିଲା, ଆଜଦ ନାମରେ ପଣ୍ଡିତଙ୍କ ରକ୍ତରେ ହୋଲି ଖେଳୁଥିବା ନିର୍ଦ୍ଦିଷ୍ଠ ଗୋଷ୍ଠୀ ପଛରେ କାହାର ସମର୍ଥନ ରହିଥିଲା  । ତାହା ଉକ୍ତ ଚଳଚ୍ଚିତ୍ରରେ ଉଲ୍ଲେଖ ରହିଛି  ।  ଫିଲ୍ମ ରିଲିଜ ପରଠାରୁ ବାଦ-ବିବାଦ ସାମ୍ନାକୁ ଆସିଛି  । ଖୁବ କମ୍ ହଲରେ ଫିଲ୍ମ ରିଲିଜ ହୋଇଥିବାବେଳେ ପରବର୍ତ୍ତୀ ସମୟରେ ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି ଦ କାଶ୍ମୀର ଫାଇଲ୍ସ  । ତେବେ ଏହାରି ଭିତରେ ବଲିଉଡର ସୁପରଷ୍ଟାର ଅମୀର ଖାନ୍ ମଧ୍ୟ ପିଲ୍ମକୁ ନେଇ ମୁହଁ ଖୋଲିଛନ୍ତି  ।

ଏକ ସାକ୍ଷାତକାରରେ ଅମୀର ଖାନ କହିଛନ୍ତି  । ଏକ ବାସ୍ତବ କାହାଣୀକୁ ନେଇ ବିବେକ ଅଗ୍ନୀହୋତ୍ରୀ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି  । ଉକ୍ତ ଫିଲ୍ମକୁ ପ୍ରତ୍ୟେକ ହିନ୍ଦୁସ୍ତାନୀ ଦେଖିବା ଦରକାର  । ମୁଁ ମଧ୍ୟ  ନିଶ୍ଚିତ ଭାବେ ଫିଲ୍ମକୁ ଦେଖିବି ବୋଲି କହିଛନ୍ତି ଅମୀର ଖାନ୍  । ଅମୀର କହିଛନ୍ତି ଇତିହାସର ଅଢୁଆଲରେ ଲୁଚି ରହିଥିବା ଅନେକ ଗୁପ୍ତ କଥାକୁ ଏହି ଫିଲ୍ମରେ ପ୍ରଦର୍ଶିତ କରାଯାଇଛି  । ହିସ୍ତୁସ୍ତାନର ପଣ୍ଡିତଙ୍କ ସହ କାଶ୍ମୀରରେ ଘଟିଥିବା ଏହି ବର୍ବର ବାସ୍ତବ ଚିତ୍ରକୁ ନେଇ ନିର୍ମାଣ କରାଯାଇଛି  । ତେଣୁ ସଭିଏଁ ଏହି ଚଳଚ୍ଚିତ୍ରକୁ ନିଶ୍ଚିତ ଭାବେ ଦେଖିବା ଉଚିତ ବୋଲି କହିଛନ୍ତି ଅମୀର  ।

ସେପଟେ ୧୨ କୋଟି ଟଙ୍କାରେ ନିର୍ମାଣ ହୋଇଥିବା ଚଳଚ୍ଚିତ୍ର ୧୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି  । ପ୍ରଥମ ଦିନ ଠାରୁ ଦ୍ୱିତୀୟ ଦିନରେ ଅଧିକ ରୋଜଗାର କରିଛି ଦ କାଶ୍ମୀର ଫାଇଲ୍ସ  । ଏହା ପରଠାରୁ ଦର୍ଶକଙ୍କ ଜବରଦସ୍ତ ରେସପନ୍ସ ଦେଖିବାକୁ ମିଳିଛି  । ପ୍ରତ୍ୟେକ ଦିନ ହାଉସଫୁଲ ହେଉଛି  । ମାନବିକତା ଏବଂ କାଶ୍ମୀରରେ ପ୍ରତ୍ୟାକ୍ଷିତ ପଣ୍ଡିତଙ୍କ ଭାବନାକୁ ଆଧାର କରି ନିର୍ମାଣ କରାଯାଇଛି ଚଳଚ୍ଚିତ୍ର ଦ କାଶ୍ମୀର ଫାଇଲ୍ସ  । ତେବେ ଏହାକୁ ନିହାତି ଦେଖି ମୁଁ ଖୁସି ହେବି  । ଏବଂ ଏକ ସୁପର ହିଟ ଫିଲ୍ନକୁ ଦେଖିଥିବା ନେଇ ଗର୍ବିତ ହେବି ବୋଲି କହିଛନ୍ତି ଅଭିନେତା ଅମୀର ଖାନ୍  ।