କ୍ଷମା ମାଗିବା ପରେ ଡିଲିଟ୍ କଲେ ପୋଷ୍ଟ, ହ୍ୟାକ୍ ହୋଇଥିଲା କି ଆମିରଙ୍କ ଆକାଉଣ୍ଟ୍ ?

ନନ୍ଦିଘୋଷ ବ୍ୟୁରୋ: ପୋଷ୍ଟ କଲେ  । ଭୁଲ ମାଗିଲେ  । ଡିଲିଟ୍ ବି କରିଦେଲେ  । ଅମୀର ଖାନ ପ୍ରଡକ୍ସନ ହାଉସ ଏକ ଟ୍ୱିଟ କରିଥିଲା  । ଦର୍ଶକକୁ ଭୁଲ ମାଗିଥିବା ଏହି ଭିଡ଼ିଓରେ ଦର୍ଶା ଯାଇଥିଲା  । ଏଥିରେ ଲୋକଙ୍କୁ କ୍ଷମାପ୍ରାର୍ଥନା କରାଯାଇଥିଲା  । ଯଦି ମୋ କଥା କାହାକୁ କେଉଁଠି ବି ଆଘାତ ଦେଇଥିବ, ସେଥିପାଇଁ ମୁଁ ଦୁଃଖିତ  । ଏବଂ କ୍ଷମାପ୍ରାର୍ଥୀ ବୋଲି କହିଥିଲେ ଅମୀର ଖାନ । କିନ୍ତୁ ଟ୍ୱିଟ ତ ହୋଇଥିଲା ଏହା ପରେ ଟ୍ୱିଷ୍ଟ ବି ହୋଇଗଲା  ।

ଏମିତି ଏକ କ୍ଷମାପ୍ରାର୍ଥୀ ଟ୍ୱିଟ ଅମୀରଙ୍କ ପ୍ରଡକ୍ସନ ହାଉସ ପକ୍ଷରୁ କରାଯାଇଥିଲା  । ୧୨ ଘଣ୍ଚା ପରେ ଆକାଉଣ୍ଟରେ ନଥିଲା ଏହି ଭିଡିଓ  । ସେତେବେଳକୁ ଯଦିବା ଭିଡିଓଟି ଭାଇରାଲ ହୋଇସାରିଥିଲା  । ହଠାତ ଦର୍ଶକ ଦେଖିଲାବେଳକୁ ଅମୀରଙ୍କ ପ୍ରଡକ୍ସନ ଆକାଉଣ୍ଟରେ ନାହିଁ ସେହି ଭିଡିଓ  । କାରଣ ସେତେବେଳକୁ ଆକାଉଣ୍ଟରୁ ଭାଇରାଲ ଭିଡ଼ିଓଟିକୁ ଡିଲେଟ କରାଯାଇ ସାରିଥିଲା  । ଆଉ କିଛି ୟୁଜର କହିବାକୁ ଲାଗିଲେ, ବୋଧ ହୁଏ ଅମୀରଙ୍କ ଏହି ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି  ।  ଆଉ କିଛି ୟୁଜର ଡିଲେଟ ପଛର କାରଣକୁ ଚାହିଁ ରହିଛନ୍ତି  ।

ନିକଟରେ ଫ୍ଲପ ହୋଇଛି ଆମିରଙ୍କ ‘ଲାଲ୍‌ ସିଂହ ଚଡ୍‌ଢା’  । ସୋସିଆଲ ମିଡିଆରେ ଟ୍ରେଣ୍ଟ କରିଥିଲା ବୟକଟ ଲାଲ ସିଂ ଚଢା  । ଆଉ ଏପରି ଟ୍ରଣ୍ଡ ଦେଖିକି ନିଜେ ଆମିର ହାତ ଯୋଡିଥିଲେ  । ଲୋକଙ୍କୁ ଫିଲ୍ମ ଦେଖିବା ପାଇଁ ଅନୁରୋଧ କରିଥିଲେ  । ଆଉ କହିଥିଲେ  “ଯଦି ମୁଁ କାହାକୁ ଆଘାତ ଦେଇଛି, ତେବେ ଏନେଇ ମୁଁ ଦୁଃଖିତ। ମୁଁ କାହାକୁ ଆଘାତ ଦେବାକୁ ଚାହୁଁ ନାହିଁ। ଭୁଲ ଯଦି ହୋଇଥାଏ କ୍ଷମାପ୍ରାର୍ଥୀ  ।

ସେପ୍ଟେମ୍ବର ୧ ରେ ଅମୀରଙ୍କ ପ୍ରଡକ୍ସନ ହାଉସ ଟ୍ୱିଟଟରୁ ଡିଲେଟ ହୋଇଥିବା ଭିଡିଓ ବେସ ଭାଇରାଲ ହୋଇଥିଲା  । ଯେଉଁଥିରେ ପ୍ରଥମରୁ କୌଣସି ବ୍ୟକ୍ତିଙ୍କର ସ୍ୱର ଶୁଭୁଛି  । ଆଉ ସେ କହୁଛନ୍ତି  “ମିଛାମି ଦୁଖଣମ୍ … ଆମେ ସମସ୍ତେ ମଣିଷ, ଏବଂ ଭୁଲ୍ ମଣିଷ ଦ୍ୱାରା ହୋଇଥାଏ।” ଭୁଲ କେବେ ଶବ୍ଦରେ, କେବେ କାମରେ, କେବେ ଅଜାଣତରେ, କେବେ କ୍ରୋଧରେ, କେବେ ଥଟ୍ଟାରେ, କେବେ କଥା ନ ହୋଇ ଯଦି ମୁଁ ତୁମର ହୃଦୟକୁ କୌଣସି ପ୍ରକାରେ ଆଘାତ ଦେଇଛି, ତେବେ ମୁଁ ମନ, ଶବ୍ଦ, ଶରୀରରୁ ତୁମକୁ କ୍ଷମା ମାଗୁଛି… ମିଛାମି ଦୁଖଣମ୍