‘ଲଗାନ’ ସେଟ୍‌ରୁ ଆରମ୍ଭ ହୋଇଥିବା ଲଭ୍‌ ଷ୍ଟୋରୀର ୨୦ ବର୍ଷ ପରେ ଅନ୍ତ

1 min read

ନୂଆଦିଲ୍ଲୀ: ବଲିଉଡରେ ବିଚ୍ଛେଦର ଚର୍ଚ୍ଚା। ସମସ୍ତଙ୍କ ମୁହଁରେ ଏବେ ଦୁଇଟି ନାଁ ଆଉ ୧୫ ବର୍ଷର ରିଲେସନ୍‌ସିପର କାହାଣୀ। ଏମିତି କାହିଁକି ହେଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ। ବିବାହର ୧୫ ବର୍ଷ ପରେ ଆମୀର ଖାନ ଏବଂ କିରଣ ରାଓ ସେମାନଙ୍କ ବୈବାହିକ ସମ୍ପର୍କରୁ ଅଲଗା ହୋଇଛନ୍ତି। ଆମିର ଏବଂ କିରଣ ସେମାନଙ୍କର ମିଳିତ ବିବୃତ୍ତିରେ ଏଭଳି ଆଶ୍ଚର୍ଯ୍ୟପୂର୍ଣ୍ଣ ଘୋଷଣା କରିଛନ୍ତି। ସେମାନେ ବିବୃତ୍ତିରେ କହିଛନ୍ତି ବର୍ତ୍ତମାନ ସେମାନଙ୍କର ରାସ୍ତା ସମ୍ପୂର୍ଣ୍ଣ ଅଲଗା। ଦୁଇଜଣଙ୍କ ମଧ୍ୟରେ ଏବେ ସ୍ୱାମୀ ଏବଂ ସ୍ତ୍ରୀ ଭଳି କୌଣସି ସମ୍ପର୍କ ରହିବ ନାହିଁ। ଏହି ଖବର ଉଭୟ ପ୍ରଶଂସକଙ୍କୁ ଚକିତ କରିଦେଇଛି।

ଆମେ ଆପଣଙ୍କୁ କହିବୁ ଚାହୁଁଯେ ଆମୀର ଖାନ ଏବଂ କିରଣ ରାଓ ଫିଲ୍ମ ଲଗାନରେ ସେଟ୍ ଏକାଠି ହୋଇଥିଲେ। କିରଣ ଫିଲ୍ମ ଲଗାନରେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ। ସେହି ଫିଲ୍ମ ସେଟରୁ ଦୁହେଁ ଉଭୟ ଉଭୟଙ୍କ ପ୍ରେମରେ ପଡିଥିଲେ।  ପରେ ଉଭୟ ୨୮ ଡିସେମ୍ବର ୨୦୦୫ ରେ ଊଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଏହାପରେ ୨୦୧୧ ରେ ଉଭୟ ସରୋଗେସି ସାହାଯ୍ୟରେ ପୁଅ ଆଜାଦଙ୍କୁ ସ୍ୱାଗତ କରିଥିଲେ।

ଆମୀର ଖାନ ଏବଂ କିରଣ ରାଓ ସେମାନଙ୍କ ବିବୃତ୍ତିରେ ଲେଖିଛନ୍ତି ଯେ ‘ଏହି ୧୫ ବର୍ଷ ଭିତରେ ଆମେ ଦୁଇଜଣ ଏକ ଜୀବନର ସୁନ୍ଦର ଅନୁଭୂତି, ଆନନ୍ଦ ଏବଂ ସୁଖକୁ ଏକାଠି ବାଣ୍ଟିଛୁ। ଆମର ବୈବାହିକ ସମ୍ପର୍କ କେବଳ ବିଶ୍ୱାସ, ସମ୍ମାନ ଏବଂ ପ୍ରେମରେ ଆଗକୁ ପଢ଼ିପାରିଛି। କିନ୍ତୁ ବର୍ତ୍ତମାନ ଆମେ ଆମ ଜୀବନରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଁଛୁ। ସ୍ୱାମୀ ଏବଂ ସ୍ତ୍ରୀ ଭାବରେ ନୁହେଁ, ସହ-ପିତାମାତା ଏବଂ ପରିବାର ଭାବରେ। ସେ ବିବୃତ୍ତିରେ ଲେଖିଛନ୍ତି ଯେ, ଆମେ କିଛି ସମୟ ପୂର୍ବରୁ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲୁ। ଆଉ ଏବେ ଏହି ପ୍ଲାନ୍‌ ସଫଳ ହୋଇଛି ଆମେ ଦୁହେଁ ଅଲଗା ହୋଇଛୁ।

ସେ ଆହୁରି ମଧ୍ୟ ଲେଖିଛନ୍ତି ‘ଆମେ ଦୁହେଁ ଅଲଗା ରହିବା ସତ୍ତ୍ୱେ ଏକାଠି କାମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେମାନେ ଏବେ ଦୁହେଁ ଦୁହିଁଙ୍କ ଠାରୁ ଦୁରରେ ରହି ମଧ୍ୟ ଗୋଟିଏ ପରିବାର ପରି ରହିବେ। ଆମେ ଆମ ପୁଅ ଆଜାଦଙ୍କ ପାଇଁ ହେଉଛୁ ସମର୍ପିତ ପିତାମାତା, ଯାହାଙ୍କୁ ଆମେ ଏକାଠି ବଢ଼ାଇବୁ। ଆମେ ଚଳଚ୍ଚିତ୍ର, ପାନି ଫାଉଣ୍ଡେସନ୍ ଏବଂ ଅନ୍ୟାନ୍ୟ ପ୍ରୋଜେକ୍ଟରେ ମଧ୍ୟ ଦୁହେଁ ଦୁହିଁଙ୍କ ସହଯୋଗ କରିବେ ବୋଲି ଏହି ବିବୃତ୍ତିରେ ଲେଖିଛନ୍ତି। ଏହି ଛାଡପତ୍ର ଶେଷ ନୁହେଁ ବରଂ ଏକ ନୂତନ ଯାତ୍ରା ଆରମ୍ଭ।

କିରଣଙ୍କ ପୂର୍ବରୁ ଆମୀର ଖାନ ରିନା ଦତ୍ତଙ୍କୁ ବିବାହ କରିଥିଲେ। ତେବେ  କିରଣଙ୍କ ପ୍ରେମରେ ପଡ଼ିବା ପରେ ସେ ରିନା ଦତ୍ତାଙ୍କୁ ତଲାକ ଦେଇଥିଲେ। ରିନା ଦତ୍ତଙ୍କ ଏବଂ ଆମୀର ଖାନଙ୍କର ଦୁଇଟି ସନ୍ତାନ ଅଛନ୍ତି – ଆୟରା ଖାନ ଏବଂ ଜୁନୈଦ ଖାନ।

Leave a Reply

ନଜର ପକାନ୍ତୁ