ବିଗ୍ ବି’ଙ୍କ ଫିଲ୍ମ ‘ଝୁଣ୍ଡ’ ଦେଖି କାନ୍ଦିପକାଇଲେ ଅମିର

ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ଝୁଣ୍ଡ’ ୪ ମାର୍ଚ୍ଚରେ ରିଲିଜ ହେବାକୁ ଯାଉଛି । କିନ୍ତୁ ଫିଲ୍ମ ରିଲିଜ ପୂର୍ବରୁ ଗୋଟିଏ ପ୍ରାଇଭେଟ ସ୍କ୍ରିନିଂ କରାଯାଇଛି । ଆଉ ଏହି ସ୍କ୍ରିନିଂରେ ବଲିଉଡ଼ ବଡ଼ ବଡ଼ ଚେହାରା ସାମିଲ ଥିଲେ । ଆଉ ଏଥରେ ମିଷ୍ଟର ପ୍ରଫେକ୍ସନିଷ୍ଟ ଅମିର ଖାନ ମଧ୍ୟ ଥିଲେ । ଏହି ଫିଲ୍ମ ଦେଖିବା ପରେ ଅମିର କାନ୍ଦିପକାଇଥିଲେ ଯାହାର ଭିଡ଼ିଓ ଭାଇରାଲ ହୋଇଛି । ଏହି  ଭିଡ଼ିଓଟିରେ ଅମିର ଲୁହ ପୋଛୁଥିବାର ନଜର ଆସିଛନ୍ତି ।

ଏନେଇ ଅମିର କହିଛନ୍ତି ଯେ, ଏମିତି ପ୍ରଥମ ଥର ହୋଇଛି ଯେଉଁ ଫିଲ୍ମକୁ ପ୍ରାଇଭେଟ ସ୍କ୍ରିନିଂରେ ଷ୍ଟାଡିଂ ଓବେସନ ମିଳିଛି । ଏହି ଫିଲ୍ମ ଦେଖିବା ପରେ ମୋ ପାଖରେ କହିବାକୁ ଶବ୍ଦ ନାହିଁ । ଏଥିରେ ଆମ ଦେଶର ଯୁବପିଢିଙ୍କ ଭାବନାକୁ ଫିଲ୍ମରେ ଦେଖା ଯାଇଛି ତାହା ଅଦ୍ଭୁତ ଏବଂ ଯେମିତି ପିଲାମାନେ ଏଥିରେ କାମ କରିଛନ୍ତି ତାହା  ମଧ୍ୟ ବିଶ୍ୱସନୀୟ । ଅମିର ଏହାକୁ ବିଗ୍ ବି ଙ୍କ ମହାନ ଫିଲ୍ମାମାନଙ୍କ ମଧ୍ୟରୁ ଗୋଟିଏ ବୋଲି କହିଛନ୍ତି ।

ତେବେ ଏହା ପ୍ରଥମ ଥର  ନୁହେଁ ଯେଉଁ ଫିଲ୍ମ ଦେଖି ଅମିର କାନ୍ଦିଛନ୍ତି । ଏହା ପୂର୍ବରୁ ଇରଫାନ ଓ କଙ୍ଗନାଙ୍କ କଟ୍ଟି ବଟ୍ଟି,ସଲମାନ ଓ କରିନାଙ୍କ ବଜରଙ୍ଗୀ ଭାଇଜାନ ଦେଖି ମଧ୍ୟ ଅମିର କାନ୍ଦି ପକାଇଥିଲେ । ସୂଚନା ଅନୁସାରେ ଫିଲ୍ମ ଝୁଣ୍ଡ ‘କୁ ସେରାଟର ନିର୍ଦ୍ଦେଶକ ନାଗରାଜ ପୋପଟରାଓ ମଁଜଲେ ନର୍ଦେଶନା ଦେଇଛନ୍ତି । ଏବଂ ସେ ସବୁବେଳେ ବିଷୟ ପ୍ରଧାନ ଫିଲ୍ମ ହିଁ କରନ୍ତି ।

Leave a Reply