ରାଜ୍ୟର ଆଉ ତିନି ଜିଲ୍ଲାରେ ଆରମ୍ଭ ହୋଇଛି ଆମ ଓଡ଼ିଶା ନବୀନ ଓଡ଼ିଶା
ସୁନ୍ଦରଗଡ଼ – ରାଜ୍ୟର ଆଉ ତିନି ଜିଲ୍ଲାରେ ଆରମ୍ଭ ହୋଇଛି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା । ସୁନ୍ଦରଗଡ଼. ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ଐତିହାସିକ ଯୋଜନାରେ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩ ଜିଲ୍ଲାରେ ୭ ହଜାରରୁ ଅଧିକ ପ୍ରକଳ୍ପ ନିର୍ମାଣ ହେବାକୁ ଥିବାବେଳେ ୨୫୦ କୋଟିରୁ ଅଧିକ ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଜିଲ୍ଲାରେ ୩ ହଜାର ୧୬ଟି ପ୍ରକଳ୍ପ ପାଇଁ ୧୩୯ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।
ଗାଁରେ ଐତିହ୍ୟ, ସଂସ୍କୃତିର ସୁରକ୍ଷା ସହିତ ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ କରାଯିବ । ଜିଲ୍ଲାରେ ଗାଁ ଗୁଡ଼ିକର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସୁନ୍ଦରଗଡ଼ବାସୀ ।