spot_img

Latest Posts

ଏଣିକି ରାତିରେ ଖୋଲିବ ଆହାର କେନ୍ଦ୍ର, ଜାଣନ୍ତୁ କେଉଁଠି…

ଭୁବନେଶ୍ୱର: ରୋଗୀ ଓ ଆଟେଣ୍ଡାଣ୍ଟଙ୍କ ପାଇଁ ଖୁସି ଖବର। ଆଜିଠାରୁ ଏମ୍ସ ନିକଟରେ ରାତିରେ ଖୋଲିବ ଆହାର କେନ୍ଦ୍ର। ବିଏମସି ପକ୍ଷରୁ ଏହି କେନ୍ଦ୍ରକୁ ରାତିରେ ଖୋଲାଯିବ। ଯାହାକୁ ଉଦଘାଟନ କରିବେ ମେୟର ସୁଲୋଚନା ଦାସ। ରାତିରେ ରୋଗୀଙ୍କ ପରିବାର ଲୋକଙ୍କୁ ସହାୟ ହେବ ଏହି ଆହାର କେନ୍ଦ୍ର।

୭ ଦିନ ଯାକ ରାତିରେ ଖାଦ୍ୟ ମିଳିବ। ଦୁଇଟି ସେଣ୍ଟରରେ ରାତିରେ ମିଳିବ ୮ଶହ ମିଲ୍। ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ। ରାଜ୍ୟ ତଥା ରାଜ୍ୟ ବାହାରୁ ଏଠାକୁ ବହୁମାତ୍ରାରେ ରୋଗୀ ଆସୁଛନ୍ତି। ରାତିରେ ହୋଟେଲ ବନ୍ଦ ରହୁଥିବାରୁ ରୋଗୀ ଏବଂ ତାଙ୍କ ସାଥିରେ ଆସୁଥିବା ଆଟେଣ୍ଡାଣ୍ଟଙ୍କ ଖାଇବାରେ ଅସୁବିଧା ହେଉଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାତିରେ ଆହାର କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।

ବିଏମସି ପକ୍ଷରୁ ଖୋଲିବାକୁ ଥିବା ରାତି ଆହାର କେନ୍ଦ୍ରକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ପୂର୍ବରୁ ଏଠାରେ ଦିନବେଳା ମଧ୍ୟ ଆହାର କେନ୍ଦ୍ର ଖୋଲାଯାଇ ସେବା ଯୋଗାଇ ଦିଆଯାଉଛି। ରାଜ୍ୟରେ ମୋଟ ୧୬୭ଟି ଆହାର କେନ୍ଦ୍ର ଥିବା ବେଳେ ସେଥିରୁ ୮୨ଟି କେନ୍ଦ୍ର ଡାକ୍ତରଖାନା ପରିସରରେ ରହିଛି। ଏହି ୮୨ଟିରୁ ୫୮ଟିରେ ରାତ୍ରକାଳିନ ପରିବେଷଣ ସୁବିଧା ରହିଛି।ଏହି ୮୨ଟି କେନ୍ଦ୍ରରେ ଦୈନିକ ହାରାହାରି ୪୮ ହଜାର ଲୋକ ଉପକୃତ ହେଉଛନ୍ତି।

Latest Posts

Don't Miss