କୋର୍ଟରେ ଚାର୍ଜସିଟ୍ ଦାଖଲ କଲା ପୋଲିସ: ପ୍ରମାଣ ନଷ୍ଟ କରିବାକୁ ଶ୍ରଦ୍ଧାର ହାଡକୁ ଗ୍ରାଇଣ୍ଡରରେ ପେଶିଥିଲା ଅଫତାବ

1 min read

ନୂଆଦିଲ୍ଲୀ: ଦିଲ୍ଲୀର ବହୁ ଚର୍ଚ୍ଚିତ ଶ୍ରଦ୍ଧା ମର୍ଡର କେସରେ ଅଭିଯୁକ୍ତ ଅଫତାବ ପୁନାୱାଲା ଶ୍ରଦ୍ଧାର ଅନେକ ଅସ୍ତିକୁ ଗ୍ରାଇଣ୍ଡରେ ପେଶି ଏହାର ପାଉଡରକୁ ରାସ୍ତାରେ ଫୋପାଡ଼ି ଦେଇଥିଲା । ପୋଲିସ ଦ୍ୱାରା କୋର୍ଟରେ ଦାଖଲ ଚାର୍ଜସିଟରେ ଶ୍ରଦ୍ଧା ହତ୍ୟା ନେଇ ଅନେକ ଖୁଲାସା ହୋଇଛି । ଏଥିରେ ଅଭିଯୁକ୍ତ କହିଛି ଯେ ସେ ଶ୍ରଦ୍ଧାର ଶବର ଖଣ୍ଡଗୁଡ଼ିକୁ ଠିକଣା ଲଗାଇଥିଲା । ଶବର ଖଣ୍ଡକୁ ପେଟ୍ରୋଲରେ ଜଳାଇ ଦେଇଥିଲା ଏବଂ ଅନେକ ଅସ୍ତିକୁ ଗ୍ରାଇଣ୍ଡରେ ପେଶି ତାର ପାଉଡରକୁ ରାସ୍ତାରେ ଫୋପାଡ଼ି ଦେଇଥିଲା । ସେହିପରି ଅଦାଲତ ଦାଖଲ ଚାର୍ଜସିଟକୁ ଗୁରୁତର ସହ ନେଇ କହିଛନ୍ତି ଯେ ହାଜର ସାକ୍ଷିଙ୍କ ବୟାନ ଏବଂ ଦସ୍ତାବିଜ ଆଧାରରେ ଅଭିଯୁକ୍ତ ବିରୋଧରେ ହତ୍ୟା ଏବଂ ପ୍ରମାଣ ନଷ୍ଟ କରିଥବା ମକଦମ୍ମା ଚଳାଇବା ପାଇଁ ପର୍ଯ୍ୟାପ୍ତ ପ୍ରମାଣ ଅଛି ।

ଚାର୍ଜସିଟ୍ ଅନୁସାରେ ଅଫତାବ ପୋଲିସ ସମ୍ମୁଖରେ ମାନିଛି ଯେ ଆମେ ଦୁଇଜଣ ନିଜ ସମ୍ପର୍କରେ ସୁଧାର ପାଇଁ ଟ୍ରିପ ପ୍ଲାନ କରିଥିଲୁ । ଆମେ ଦୁଇ ଜଣ ଟ୍ରିପ ପାଇଁ ୨୮-୨୯ ମାର୍ଚ୍ଚ ୨୦୨୨ରେ ମୁମ୍ବାଇରୁ ବାହାରିଯାଇଥିଲୁ ଏବଂ ହରିଦ୍ୱାରରେ ପହଞ୍ଚିଥିଲୁ । ଏହାପରେ ଋଷିକେଶ, ଡେରାଡୁନ, ମସୁରୀ, ମନାଲି ଏବଂ ଚଣ୍ଡିଗଡ଼ ବୁଲି ବୁଲି ପାର୍ବତୀରେ ପହଞ୍ଚିଥିଲୁ । ସେଠାରେ ଆମର ଭେଟ ବଦ୍ରି ନାମକ ଯୁବକ ସହ ହୋଇଥିଲା । ଯାହା ସହ ଆମର ବମ୍ବଲ ଆପରେ ଚିହ୍ନା ହୋଇଥିଲା । ସେ ଆମକୁ ତାଙ୍କ ଘର ଦିଲ୍ଲୀ ଆସିବା ପାଇଁ କହିଥିଲା । ଆମେ କିଛି ମାସ ବୁଲିବା ପରେ ମଇ ୨୦୨୨ର ପ୍ରଥମ ସପ୍ତାହରେ ଅର୍ଥାତ ୫ ମଇ ୨୦୨୨ରେ ବଦ୍ରୀଙ୍କ ଘ ଛତ୍ରପୁର ଦିଲ୍ଲୀରେ ପହଞ୍ଚିଥିଲୁ । ଆମେ ତା ଘରେ ପ୍ରାୟ ୮ ରୁ ୧୦ ଦିନ ରହିଥିଲୁ ।

ସେଠାରେ ମଧ୍ୟ ଆମ ଦୁଇ ଜଣଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି କାରଣରୁ ଆମର ବ୍ରେକଅପ୍ ହୋଇଯାଇଥିଲା । ଅଫତାବ କହିଛି ଯେ, ମୋର ଏବଂ ଶ୍ରଦ୍ଧା ମଧ୍ୟରେ ସବୁବେଳେ ଝଗଡ଼ା ହେବା କାରଣରୁ ବଦ୍ରି ଆମକୁ ଘରୁ ବାହାରି ଯିବା ପାଇଁ କହିଥିଲା । ଏହାପରେ ପ୍ରାୟ ୨ଦିନ ପରେ ଅନ୍ୟ ଏକ ସ୍ଥାନରେ ରହି ୧୬ ମଇ ୨୦୨୨ରୁ ଆମେ ଦୁଇଜଣ ବ୍ରୋକର ରାହୁଲ ରୟ ଜରିଆରେ ଛତ୍ରପୁର ପହାଡୀରେ ଘର ଭଡ଼ାରେ ନେଇ ରହିବାକୁ ଲାଗିଥିଲୁ । ଅଫତାବର କହିବା ଅନୁସାରେ, ଉଭୟଙ୍କ ପାଖରେ ସେ ସମୟରେ କୌଣସି ଚାକିରି ନଥିଲା । ଯାହା ବି ସେଭିଙ୍ଗସ ଥିଲା ତାହା ଟ୍ରିପରେ ଖର୍ଚ୍ଚ ହୋଇଯାଇଥିଲା ।

ଅଫତାବ କହିଥିଲା ଯେ, ମୁଁ ତାକୁ ଖର୍ଚ୍ଚର ଅଧା ପଇସା ଦେବା ପାଇଁ କହିଥିଲି ଯାହାକୁ ନେଇ ସେ ରାଗିଯାଇଥିଲା ଏବଂ ମୋ ସହ ଝଗଡ଼ା କରିଥିଲା । ଝଗଡ଼ାରୁ ସବୁବେଳ ପାଇଁ ରକ୍ଷା ପାଇବା ପାଇଁ ତାକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲି । ୧୮ ମଇରେ ତାକୁ ଜୀବନରୁ ମାରିବା ପାଇଁ ତାକୁ ଧରି ଚଟାଣରେ ପକାଇ ଦେଇଥିଲି ଏବଂ ତାର ଛାତିରେ ବି ଦୁଇ ହାତରେ ଗଳା ଚାପି ଦେଇଥିଲେ । ଏହାପରେ ସେ ମୃତ୍ୟୁବରଣ କରିଥିଲା । ଏହାପରେ ଶବକୁ ବାଥରୁମରେ ଲୁଚାଇ ଦେଇଥିଲି । ଅଫତାବ କହିଛି ଯେ, ଏହାପରେ ଶବକୁ ଡିସପୋଜ କରିବା ପାଇଁ ଛୋଟ ଛୋଟ ଖଣ୍ଡ କରି ଏକ ବଡ଼ ବ୍ରିଫକେସରେ ଭରି ଫୋପାଡ଼ିବା ପାଇଁ ଯୋଜନା କରିଥିଲା ଏବଂ ୬୦ ଫୁଟା ରୋଡ ଛତ୍ରପୁର ପହାଡୀରୁ ଏକ ହାର୍ଡୱେୟାର ଦୋକାନରୁ ଏକ ହାମର, ଏକ ଆରି ଏବଂ ଏହାର ତିନି ବ୍ଲେଡ କିଣିଥିଲା ।

ଏହାପରେ ୨୫ ହଜାର ଟଙ୍କା ଦେଇ ଏକ ଫ୍ରିଜ କିଣିଥିଲା । ରାତି ସମୟରେ ଶବର କିଛି ଅଂଶକୁ ବ୍ୟାଗରେ ପୁରାଇ ଫୋପାଡ଼ି ଦେଉଥିଲା । ଏବଂ କିଛିକୁ ଫ୍ରିଜରେ ରଖି ଦେଉଥିଲା । ସେହିପରି ପେଟ୍ରୋଲ ସହାୟତାରେ କିଛି ଖଣ୍ଡକୁ ଜଳାଇ ଦେଉଥିଲା ଏବଂ କିଛିକୁ ଗ୍ରାଇଣ୍ଡରରେ ପକାଇ ପେଶି ଦେଉଥିଲା । ସେହି ପାଉଡରକୁ ରାସ୍ତାରେ ନେଇ ଫୋପାଡ଼ି ଦେଉଥିଲା । ବଡିକୁ ଡିସପୋଜ କରିବା ପାଇଁ ଅଫତାବକୁ ପ୍ରାୟ ତିନି ମାସ ସମୟ ଲାଗିଥିବା ସେ ସ୍ୱୀକାର କରିଛି ।