ଘରୁ ଯିବା ପରେ ହ୍ୱାଟ୍ସଆପରେ ଆଦିତ୍ୟ କେମିତି ଆସୁଥିଲେ ଅନଲାଇନ୍ ?

1 min read

ଭୁବନେଶ୍ୱର: ସମାଜସେବୀ ଆଦିତ୍ୟଙ୍କ ସନ୍ଦେଜନକ ମୃତ୍ୟୁ ଉପରୁ ପରଦା ହଟୁନି । ଡାଏରୀର ହାତଲେଖା ସେ ସୁଇସାଇଡ୍ କରିଥିବା କହୁଛି । ହେଲେ ଅଭିଯୋଗ ହେଉଛି ତାଙ୍କୁ ହତ୍ୟା କରାଯାଇଛି । ଏପରିକି ଜିଆରପିକୁ ମିଳିଥିବା ପୋଷ୍ଟମର୍ଟମ ରିପୋର୍ଟ କହୁଛି ଆଦିତ୍ୟଙ୍କ ମୁଣ୍ଡରେ ଲାଗିଥିଲା ଗଭୀର ଆଘାତ । ସୁଇସାଇଡ୍ ନା ମର୍ଡର ସସପେନ୍ସ ଭିତରେ ଆଦିତ୍ୟଙ୍କ ମୃତ୍ୟୁର କାରଣ ଖୋଜୁଛି ପୋଲିସ । ଏହାରି ଭିତରେ ଆଦିତ୍ୟଙ୍କ ମୋବାଇଲକୁ ନେଇ ହେଉଥିବା ଚର୍ଚ୍ଚା ଥମୁନି ।

ସୋମବାର ସନ୍ଧ୍ୟାରେ ପତି, ପତ୍ନୀଙ୍କ ମଧ୍ୟରେ ସାମାନ୍ୟ ଝଗଡ଼ା ପରେ ଆଦିତ୍ୟ ଘରୁ ବାହାରକୁ ଚାଲି ଯାଇଥିଲେ । ମଙ୍ଗଳବାର ସକାଳୁ ଲିଙ୍ଗରାଜ ରୋଡ୍ ଷ୍ଟେସନ ନିକଟରୁ ଆଦିତ୍ୟଙ୍କ ରକ୍ତାକ୍ତ ମୃତଦେହ ମିଳିଥିଲା । ତେବେ, ସନ୍ଧ୍ୟାରୁ ଘରୁ ବାହାରି ଯାଇଥିବା ଆଦିତ୍ୟ ରାତି ୧୧ଟା ପରେ କେମିତି ହ୍ୱାଟ୍ସଆପରେ ଆସୁଥିଲେ ଅନଲାଇନ୍ ? ଯାହାକି ନୂଆ ସସପେନ୍ସ ସୃଷ୍ଟି କରିଛି ।

ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀ । ମୋ ମୋବାଇଲରେ ଭିଡିଓ କ୍ଲାରିଟି ଭଲ । ଆମ ଆଦଶ୍ରୀ ପ୍ରଡକ୍ସନ ପାଇଁ ସେ ମୋ ମୋବାଇଲରେ ତାଙ୍କ ସିମ୍, ତାଙ୍କ ଫୋନରେ ମୋ ସିମ୍ ପଡ଼ିଥିଲା । ଫୋନ୍, ସିମ୍ ସବୁ ପରିବର୍ତ୍ତନ ହୋଇଥିବା ବେଳେ ତାଙ୍କ ମୋବାଇଲରେ ମୋ ଫେସବୁକ୍, ହ୍ୱାଟ୍ସଆପ୍ ଥିଲା । ସେହିପରି ମୋ ମୋବାଇଲରେ ତାଙ୍କ ଫେସବୁକ୍, ହ୍ୱାଟ୍ସଆପ ଥିଲା । ତା’ଛଡ଼ା ଆଉ ଏକ ମୋବାଇଲ ମଧ୍ୟ ଥିଲା । ସେ ଘରୁ ପଳାଇଥିବାରୁ ମୁଁ ବାରମ୍ବାର ଫୋନ୍ କରିବା ସହ ହ୍ୱାଟ୍ସଆପ ଚେକ୍ କରୁଥିଲି, ସେ ଅନଲାଇନ୍ ଆସୁଛନ୍ତି କି ନାହିଁ । କିନ୍ତୁ, ସେ ଅନଲାଇନ୍ ଆସିନଥିଲେ କି ଫୋନ୍ ରିସିଭ୍ କରୁନଥିଲେ ବୋଲି କହିଛନ୍ତି ବିଦ୍ୟାଶ୍ରୀ ।

ସ୍ତ୍ରୀ ବିଦ୍ୟାଶ୍ରୀଙ୍କ ସହ ଆଦିତ୍ୟ

ତେବେ ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା କହିଛନ୍ତି ପତ୍ନୀ । ଆଇନ୍ ଉପରେ ଭରସା ଅଛି । ମୁଁ କି ମାଆ ନୁହେଁ ଦୁନିଆ ଚାହୁଁଛି ତାଙ୍କୁ ନ୍ୟାୟ ମିଳୁ । ଦୃଢ଼ ତଦନ୍ତ ଦାବି କରିଛନ୍ତି ବିଦ୍ୟାଶ୍ରୀ । ସେହିଭଳି ଆଦିତ୍ୟଙ୍କ ମାଆ ପୁଅ କେବେ ସୁଇସାଇଡ୍ କରିନଥିବ ବୋଲି କହିବା ସହ ତାକୁ ମାରି ଦିଆଯାଇଛି ବୋଲି କହିଛନ୍ତି । ତାର ଅନେକ ଶତ୍ରୁ ଥିଲେ । ଆମକୁ କିଛି ଦରକାର ନାହିଁ, ପୁଅକୁ ନ୍ୟାୟ ମିଳୁ ବୋଲି ମାଆ କହିଛନ୍ତି ।

(ଭୁବନେଶ୍ୱରରୁ ଅନୁଜଙ୍କ ରିପୋର୍ଟ)

https://www.youtube.com/watch?v=Cfo3jkT25UM

Leave a Reply