‘ଆଧାରକାର୍ଡ, ପାସପୋର୍ଟ ଓ ଭୋଟର କାର୍ଡ ନାଗରିକତ୍ୱର ପ୍ରମାଣ ନୁହେଁ’

ନୂଆଦିଲ୍ଲୀ: ଆଧାରକାର୍ଡ, ପାସପୋର୍ଟ ଓ ଭୋଟର କାର୍ଡ ନାଗରିକତ୍ୱର ପ୍ରମାଣ ନୁହେଁ । ଭୋଟର କାର୍ଡକୁ ନାଗରିକତାର ପ୍ରମାଣଭାବେ ବ୍ୟବହାର କରାଯାଇପାରିବ ବୋଲି ସୋସିଆଲ ମିଡିଆରେ ପ୍ରଚାରିତ ହେବା ପରେ ଏ ନେଇ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରାଳୟର ଅଧିକାରୀ ।

ସରକାରୀ ଅଧିକାରୀଙ୍କ କହିବା ହେଲା ଯେ, ଏନ୍‌ଆରସି ନେଇ କଥା ହେବା ବାଚଳାମୀ । କିନ୍ତୁ  ଭୋଟର ଆଇଡି, ଆଧାର କାର୍ଡ ଓ ପାସପୋର୍ଟ  ଦ୍ୱାରା ନାଗରିକତ୍ୱ ପ୍ରମାଣ ହୋଇପାରିବନାହିଁ । ଏହି ଡକ୍ୟୁମେଣ୍ଟ ଯାତ୍ରା କରିବା ପାଇଁ ଓ ଭାରତର ବାସିନ୍ଦା ଭାବେ ପ୍ରମାଣିତ କରେ ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ସିଏଏ ସମ୍ପର୍କରେ ସନ୍ଦେହ ଦୂର କରିବା ନେଇ ଟ୍ୱିଟ୍‌ କରାଯାଇଥିଲା । ଯେଉଁଥିରେ  ଗୃହ ମନ୍ତ୍ରାଳୟ ମୁଖପାତ୍ର କହିଛନ୍ତି ଯେ, ଜନ୍ମ ତିଥି, ଜନ୍ମ ସ୍ଥାନ କିମ୍ୱା ଏହି ୨ଟି ସହ ସମ୍ପୃକ୍ତ ଯେକୌଣସି ଦସ୍ତାବିଜ୍ ଦେଖାଇ ଭାରତୀୟ ନାଗରିକ ବୋଲି ପ୍ରମାଣିତ କରିପାରିବେ । କୌଣସି ବି ନାଗରିକ ଯେଉଁ ଭଳି ଅସୁବିଧାର ସମ୍ମୁଖୀନ ହେବେନି ସେ ନେଇ ଧ୍ୟାନ ଦିଆଯିବ ।

ଯେଉଁ ଅଶିକ୍ଷିତ ନାଗରିକଙ୍କ ପାଖରେ କୌଣସି ପ୍ରକାର ପ୍ରମାଣ ପତ୍ର ନଥିବ ସେମାନେ ସ୍ଥାନୀୟ ସମୁଦାୟଙ୍କ ଦ୍ୱାରା ସ୍ୱୀକୃତ ପ୍ରମାଣପତ୍ର ଦାଖଲ କରିପାରିବେ ।

କାହାକୁ ବି ଭାରତୀୟ ନାଗରିକତା ଆପେ ଆପେ ମିଳିବନାହିଁ । ଲୋକଙ୍କୁ ବାହାର କରିବାର କୌଣସି ଉଦ୍ଦେଶ୍ୟ ନାହିଁ । ଏହି ଆଇନରେ ଯଥେଷ୍ଟ ସୁରକ୍ଷା ରହିଛି । ଅଧିନିୟମ ୧୪ ଜାତୀୟ ପରିଚୟ ପତ୍ର ପ୍ରଦାନ କରୁଛି ।

ତେବେ ଏହି ଆଇନ କାର୍ଯ୍ୟକାରୀ ନକରିବା ନେଇ ରାଜ୍ୟଗୁଡ଼ିକ ନିକଟରେ କୌଣସି କ୍ଷମତା ନାହିଁ । ପଶ୍ଚିମବଙ୍ଗ ପରେ କେରଳ ମଧ୍ୟ ଆଇନକୁ ରାଜ୍ୟରେ କାର୍ଯ୍ୟକାରୀ କରାଇବ ନାହିଁ ବୋଲି କହିଥିଲେ ।

Leave a Reply