କରୋନା ଟିକାରୁ ବଞ୍ଚିତ ହେଉଛନ୍ତି କି ? ଆଧାରକାର୍ଡ ନଥିଲେ ବି ନେଇପାରିବେ ଟିକା

1 min read

ନନ୍ଦିଘୋଷ ବ୍ୟୁରୋ: ଆଧାର କାର୍ଡ ପାଇଁ ଆପଣ କରୋନା ଟିକାରୁ ବଞ୍ଚିତ ହେଉଛନ୍ତି କି? ଟାକା ପାଇଁ ଜାରି ହୋଇଥିବା ନିର୍ଦ୍ଦେଶାବଳୀରେ ପରିଚୟ ପତ୍ର ବାଧ୍ୟତାମୂଳକ କରାଯାଇଛି । ଭାବୁଛନ୍ତି କି ଟିକା ପାଇଁ ଆଧାରକାର୍ଡ ବାଧ୍ୟତାମୂଳକ? ତେବେ ଆପଣ ଏ ବିଷୟରେ ନିହାତି ଜାଣି ରଖିବା ଦରକାର । ଆଧାରକାର୍ଡ ନଥିଲେ ମଧ୍ୟ ଆପଣ ନେଇ ପାରିବେ ଟିକା । ଏଥିରୁ କେହି ଆପଣଙ୍କୁ ବଞ୍ଚିତ କରିପାରିବେ ନାହିଁ । ଦେଶରେ କରୋନାକୁ ମାତ ଦେବା ପାଇଁ ଜାନୁଆରୀ ୧୬ରୁ ଟିକାକରଣ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ଶେଷ ହୋଇଥିବା ବେଳେ ବର୍ତ୍ତମାନ ୨ୟ ପର୍ଯ୍ୟାୟରେ ୧୮ବର୍ଷରୁ ୪୪ବର୍ଷର ନାଗରିକଙ୍କୁ ଦିଆଯାଉଛି ଭ୍ୟାକ୍ସିନ । ତେବେ ଏଥିପାଇଁ ଅନଲାଇନରେ ପଞ୍ଜୀକରଣ ଚାଲିଛି ।

ଯେଉଁଥିରେ ପଞ୍ଜିକରଣ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଛି । ଆପଣ ଜାଣନ୍ତି କି ଆଧାରକାର୍ଡ ନଥିଲେ ମଧ୍ୟ ଆପଣ ପାଇ ପାରିବେ ଭ୍ୟାକ୍ସିନ । ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ ବା UIDAI ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି । ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ଆଧାରକାର୍ଡ ନଥିଲେ ମଧ୍ୟ ଆପଣ ଭ୍ୟାକ୍ସିନ ନେଇ ପାରିବେ । କରୋନା ଭ୍ୟାକ୍ସିନ୍ , ଔଷଧ ଦେବା, ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ କୌଣସି ବ୍ୟକ୍ତିଙ୍କୁ ବାରଣ କରାଯାଇପାରିବ ନାହିଁ । କେହିବି ଆତ୍ୟାବଶ୍ୟକୀୟ ସେବାରୁ ବାଦ୍ ପଡିବେ ନାହିଁ ।

ଦେଶରେ କରୋନା ମହାମାରୀ ଅତି ଭୟଙ୍କର ରୂପ ଧାରଣ କରୁଛି । ପ୍ରତିଦିନ ଅକ୍ସିଜେନ ଅଭାବ ଓ ବେଡ ଅଭାବରୁ ରୋଗୀ ପ୍ରାଣ ହରାଉଛନ୍ତି । ଲୋକଙ୍କ ପାଖରେ ଆବଶ୍ୟକୀୟ କାଗଜପତ୍ର ଅଭାବ ଥିବା ବେଳେ କିଛି କ୍ଷେତ୍ରରେ ସେମାନେ ସ୍ବାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଖବର ସାମନାକୁ ଆସୁଛି । ତେବେ ଲୋକ କିପରି ସୁବିଧାରେ ସେବା ପାଇ ପାରିବେ ସେ ନେଇ ଏହି ଘୋଷଣା କରାଯାଇଛି । ଯଦି କୌଣସି ବ୍ୟକ୍ତିଙ୍କର ଆଧାର ନାହିଁ କିମ୍ବା କୌଣସି କାରଣରୁ ଆଧାର ଅନଲାଇନ୍ ଯାଞ୍ଚ ସଫଳ ହୋଇନାହିଁ ତେବେ ଆଧାର ଅଧିନିୟମ, 2016 ରେ ଧାର୍ଯ୍ୟ କରାଯାଇଥିବା ନିର୍ଦ୍ଦିଷ୍ଟ ମାନଦଣ୍ଡ ଅନୁଯାୟୀ ତାଙ୍କୁ ସେବା ଯୋଗାଇ ଦିଆଯିବ ।

ଆପଣ ଟିକା ପାଇଁ ରେଜିଷ୍ଟ୍ରେସନ କରିବେ କିପରି? ଟିକା ପାଇଁ ରେଜିଷ୍ଟ୍ରେସମନ ବାଧ୍ୟତାମୂଳକ କରାଯାଇଥିବା ବେଳେ ପରିଚୟପତ୍ର ମଧ୍ୟ ବାଧ୍ୟତାମୂଳକ ରହିଛି । ତେବେ ଆପଣ ‘ଆରୋଗ୍ୟ ସେତୁ ’ ଆପରେ ରେଜିଷ୍ଟ୍ରସନ କରିବା ବେଳେ ସାତୋଟି ଆଇଡି ଯଥା ଆଧାର ନମ୍ବର, ଡ୍ରାଇଭିଂ ଲାଇସେନ୍ସ, ସ୍ଥାୟୀଆକାଉଣ୍ଟ ନମ୍ବର ବା ପାନ୍, ପାସପୋର୍ଟ, ପାସବୁକ୍, NPR ସ୍ମାର୍ଟ କାର୍ଡ ଏବଂ ଭୋଟରଙ୍କ IDରୁ କୌଣସି ଗୋଟିଏକୁ ବ୍ୟବହାର କରି ଟୀକାକରଣ ପଞ୍ଜକରଣ କରିପାରିବେ।

Leave a Reply