spot_img

Latest Posts

ଭୁବନେଶ୍ବରରେ ଦୃଶ୍ୟମାନ ହେଲା ଶୂନ୍ୟ ଛାୟା ଦିବସ

ଭୁବନେଶ୍ୱର: ଭୁବନେଶ୍ବରରେ ଦୃଶ୍ୟମାନ ହେଲା ଶୂନ୍ୟ ଛାୟା ଦିବସ । ଦିନ ୧୧.୪୩ରେ ୨ ରୁ ୩ ମିନିଟ ପାଇଁ ଛାୟା ଶୂନ୍ୟ ହେଲା ବିଭିନ୍ନ ବସ୍ତୁ । ସ୍ଥାନୀୟ ପଠାଣୀ ସାମନ୍ତ ପ୍ଲାନେଟୋରିଅମରେ ଏହି ଦୃଶ୍ୟ ଦେଖିଲେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକ। ଆସନ୍ତାକାଲି କଟକ, ମେ ୨୮ରେ ବୁର୍ଲା ଓ ୨୯ରେ ବାରିପଦାରେ ଏହି ଦୃଶ୍ୟ ଦେଖିବାକୁ ମିଳିବ। ଭୁବନେଶ୍ବରରେ ବର୍ଷକୁ ଦୁଇଥର ଏହା ଦୃଶ୍ୟମାନ ହେଉଥିବା ବେଳେ ଆସନ୍ତା ଜୁଲାଇ ୨୨ରେ ପୁଣି ଦେଖିବାକୁ ମିଳିବ।

ତେବେ ଆଜି ଏହି ବିରଳ ଦୃଶ୍ୟ ଦେଖିବା ପାଇଁ ପଠାଣୀ ସାମନ୍ତ ପ୍ଲାନେଟୋରିଅମରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସୂର୍ଯ୍ୟଙ୍କ ଉତ୍ତରାୟଣ ଓ ଦକ୍ଷିଣାୟଣ ଗତି ପ୍ରଭାବରେ ବର୍ଷକୁ ଦୁଇଥର ଦୁଇ କ୍ରାନ୍ତିବ୍ରୁତ୍ତ ମଧ୍ୟ ଅଞ୍ଚଳରେ ଏହି ଶୂନ୍ୟ ଛାୟା ଦିବସ ଦୃଶ୍ୟମାନ ହୋଇଥାଏ। ଭାରତରେ କନ୍ୟାକୁମାରୀଠୁ କର୍କଟ କ୍ରାନ୍ତି ମଧ୍ୟ ଅଞ୍ଚଳରେ ଏପ୍ରିଲରୁ ଜୁନ ଓ ଜୁଲାଇରୁ ଅଗଷ୍ଟ ମଧ୍ୟରେ ଏହି ଶୂନ୍ୟ ଛାୟା ଦିବସ ଅନୁଭୂତ ହୋଇଥାଏ।

Latest Posts

Don't Miss