କୋଇଲା ଓ୍ୱାଗନ୍‌ରେ ପୋତି ହୋଇ ଯାଇଥିଲେ ଯୁବକ: ଦେବଦୂତ ସାଜି ପହଞ୍ଚିଲେ ଶ୍ରମିକ

ଅନୁଗୁଳ: କୋଇଲା ଖଣିରେ ଅଘଟଣ । ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଗଲେ ଯୁବକ । କୋଇଲା ବଗିରୁ ଉଦ୍ଧାର ହେଲେ ଯୁବକ । କୋଇଲା ଡବାରୁ ଭିତରେ ପୋତି ହୋଇ ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ । ଘଟଣାନୁଯାୟୀ, ଅନୁଗୁଳ ଜିଲ୍ଲା ତାଳଚେର ଅନନ୍ତ କୋଇଲା ଖଣିରେ ରେଳ ୱାଗନରେ କୋଇଲା ଲୋଡ଼ ହୋଇ ପରିବହନ ପାଇଁ ପ୍ରସ୍ତୁତ ହେଉଥିଲା । ଏହି ସମୟରେ ଏକ ଚିତ୍କାର ଶୁଭିଥିଲା । କିଏ କେଉଁଠି ଚିତ୍କାର କରୁଛି ଖୋଜିବା ବେଳେ ଜଣେ ବ୍ୟକ୍ତିଙ୍କ ଶରୀର ସମ୍ପୂର୍ଣ୍ଣ କୋଇଲାରେ ଘୋଡ଼ାଇ ହୋଇଯାଇଥିବା ବେଳେ କେବଳ ମୁଣ୍ଡର ଉପର ଅଂଶ ଦେଖାଯାଉଥିଲା । ଶ୍ରମିକ ମାନେ ଯୁବକଙ୍କୁ ଦେଖିବା ପରେ ତୁରନ୍ତ କୋଇଲା ଲୋଡିଂ ବନ୍ଦ କରିଥିଲେ । ଏହା ପରେ କର୍ତ୍ତୃପକ୍ଷଙ୍କୁ ଖବର ଦେଇ ଉଦ୍ଧାର କରିବାକୁ ଚେଷ୍ଟା ଆରମ୍ଭ କରିଥିଲେ । ପ୍ରାୟ ୧ ଘଣ୍ଟାର ପରିଶ୍ରମ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ସେଣ୍ଟ୍ରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖଣିରେ ଢିଲା ସୁରକ୍ଷା ବ୍ୟବସ୍ଥା ଓ ଖଣି କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଥିବା ବେଳେ ଭାଗ୍ୟ ବଳରେ ବ୍ୟକ୍ତି ଜଣଙ୍କ ଏକ ନିଶ୍ଚିତ ମୃତ୍ୟୁରୁ ବର୍ତ୍ତି ଯାଇଥିବା ଆଲୋଚନା ହେଉଛି ।

ଏଥିସହିତ ପଢ଼ନ୍ତୁ: ଭର୍ତ୍ତୃହରିଙ୍କୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା: ପ୍ରଣବ କହିଲେ, ‘ଆଡଭାନୀ ଓ ମୂରଲୀ ମନୋହରଙ୍କ ଦକ୍ଷତାର ସଦୁପଯୋଗ କରନ୍ତୁ’

Leave a Reply