କରୋନା ଭାଇରସକୁ ନେଇ ମିଛ ଖବର ଦେଉଥିଲେ, ଧରାପଡ଼ି ଜେଲ ଗଲେ ଯୁବକ

ରାୟଗଡ଼ା: ସୋସିଆଲ ମିଡିଆରେ କରୋନା ଭାଇରସକୁ ନେଇ ମିଥ୍ୟା ଖବର ପ୍ରସାରଣ କରି ଯୁବକ ଗିରଫ । ସମ୍ପୃକ୍ତ ଯୁବକ ହେଲେ ସତ୍ୟନାରାୟଣ ସାମଲ । ଯୁବକ ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ବୋଲି ଜଣାପଡିଛି । ଉକ୍ତ ଯୁବକକୁ ଅମ୍ବାଦଳା ପୋଲିସ ଗିରଫ କରିଛି । ସତ୍ୟନାରାୟଣ ଗତକାଲି ସୋସିଆଲ ମଡିଆରେ ଏଭଳି କଛି ଲେଖିଥିଲେ ।

ରାୟଗଡ଼ାରେ ପହଞ୍ଚିଲା କରୋନା ଭାଇରସ  । କାଶୀପୁରରେ ଜଣେ କରୋନା ରୋଗରେ ଆକ୍ରାନ୍ତ  । କେରଳରୁ ଫେରିଥିଲା ଦାଦନ ଶ୍ରମିକ  । ରାୟଗଡା ମୁଖ୍ୟ ଚିକିତ୍ସାଲୟରେ ଭର୍ତି  । ଏଭଳି ମିଛ ସୂଚନା ସୋସିଆଲ ମିଡ଼ିଆରେ ଭାଇରାଲ କରି ଲୋକଙ୍କୁ ଭୟଭୀତ କରୁଥିଲା ଯୁବକ । ଏନେଇ ଯୁବକକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ଏସପି ସୂଚନା ଦେଇଛନ୍ତି ।

Leave a Reply