ସମୁଦ୍ରରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ

Hand drowning man sticking out of the water

ପୁରୀ: ପୁଣି ସମୁଦ୍ରରେ ବୁଡି ଜଣେ ଯୁବକର ମୃତ୍ୟୁ । ସାଙ୍ଗମାନଙ୍କ ସହ ଆସିଥିଲେ ପୁରୀ ବୁଲିବାକୁ । ହେଲେ କିଏ ଜାଣିଥିଲା ସେହି ପୁରୀ ବୁଲିବା ତାଙ୍କର ଶେଷ ଯାତ୍ରା ହେବ । ନିଜ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିବା ଜଣେ ଯୁବକ ରବିବାର ଭାସିଯାଇ ମୃତ୍ୟୁ ବରଣ କରିଛନ୍ତି ।

ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସି ଦିଗବାରେଣୀ ସମୁଦ୍ର କୂଳରେ ଗାଧୋଉଥିଲେ । ସବୁ ସାଙ୍ଗମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ହେଲେ ଏହି ସମୟରେ ହଠାତ୍‌ ଜଣେ ସାଙ୍ଗ ସମୁଦ୍ରରେ ନିଖୋଜ ହୋଇଯାଇଥିଲେ । ସାଙ୍ଗମାନେ ଅନେକ ଖୋଜାଖୋଜି କରିବା ପରେ ସାଙ୍ଗ ନମିଳିବାରୁ ଚିନ୍ତାରେ ପଡ଼ିଯାଇଥିଲେ । ପ୍ରଥମେ ସେମାନେ କ’ଣ କରିବେ କିଛି ବୁଝିପାରି ନଥିଲେ । ପରେ ଲାଇଫ୍‌ଗାର୍ଡଙ୍କୁ ଏନେଇ ସୂଚନା ଦେଇଥିଲେ । ଲାଇଫ୍‌ଗାର୍ଡ ମଧ୍ୟ ଖୋଜା ଖୋଜି କରିଥିଲେ । ହେଲେ ପାଇନଥିଲେ । ତେବେ ଏହାର କିଛି ସମୟ ପରେ ନିଖୋଜ ବନ୍ଧୁର ମୃତଦେହ ଭାସି ଆସି ପୁରୀ ହୋଟେଲ ସମ୍ମୁଖ ବେଳାଭୂମି ନିକଟରେ ଲାଗିଥିଲା । ଏହି ମୃତକ ଜଣକ ହେଉଛନ୍ତି କଟକ ଜଗତପୁର ଅଂଚଳର ବିଜେନ୍ଦ୍ର ବାରିକ୍ ।

Leave a Reply