କେନାଲରେ ଭାସୁଛି କ୍ରିକେଟରଙ୍କ ମୃତଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

କଟକ: ତିନି ଘରିଆ କେନାଲରୁ ମୃତ ଦେହ ଉଦ୍ଧାର । ମୃତକ ହେଲେ କଟକର ଜଣେ ଜଣାଶୁଣା କ୍ରିକେଟ ଖେଳାଳି ବିକାଶ ଗୋଛାୟତ । ପରିବାର ଲୋକେ ଆଣିଛନ୍ତି ହତ୍ୟା ଅଭିଯୋଗ । ଗତ 13 ତାରିଖରେ ସେ ଜଗତସିଂହପୁର ଯାଇଥିଲେ ଶୁଆ କିଣିବା ପାଇଁ । ହେଲେ ସେହି ଦିନ ଠୁ ଆଉ ଘରକୁ ଫେରି ନଥିଲେ ବିକାଶ । ଏନେଇ ସ୍ଥାନୀୟ ଥାନାରେ ନିଖୋଜ ମାମଲା ମଧ୍ୟ ଦାୟର କରାଯାଇଥିଲା ।

ଦୀର୍ଘ ଦିନ ହେବ ନିଖୋଜ ରହିଥିଲେ  । ଶୁଆ କିଣିବାକୁ କହି ଘରକୁ ଆଉ ଫେରିନଥିଲେ  । ପରିବାର ଲୋକ ଅନେକ ଆଡେ ଖୋଜାଖୋଜି କରିବା ସ୍ୱତେ ମଧ୍ୟ ପାଇନଥିଲେ  । ସେପଟେ ଥାନାରେ ଅଭିଯୋଗ କରିଥିଲେ  । ନିଖୋଜ ଘଟଣାର ପ୍ରାୟ ୪ରୁ ୫ ପାଞ୍ଚ ଦିନ ପରେ ମୃତ ଦେହ ମିଳିବାକୁ ସହଜରେ ଘ୍ରହଣ କରିପାରୁନାହାଁନ୍ତି ପରିବାର ଲୋକ  । ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ଅଭିଯୋଗ ବାଢିଛନ୍ତି  ।

ତିନି ଘରିଆ କେନାଲରେ ଏକ ଅଜଣା ମୃତ ଦେହ ଭାସୁଥିବା ନେଇ ସ୍ଥାନୀୟ ଥାନାକୁ ଖବର ଦେଇଥିଲେ ସ୍ଥାନୀୟ ବାସୀ  । ସେପଟେ ପୋଲିସ ପହଁଚି ମୃତଦେହ ଉଦ୍ଧାର କରିଥିଲା  । ପରେ  ଏସିବି ମେଡିକାଲକୁ ବ୍ୟବଛେଦ ପାଇଁ ପଠାଇଛି ପୋଲିସ । ପରିବାର ଲୋକେ କିନ୍ତୁ ଏହି ମୃତ୍ୟୁକୁ ଗ୍ରହଣ କରିପାରୁ ନାହାଁନ୍ତି  ।  ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି  ।