ଗଭୀର ନଈରୁ ମହିଳାଙ୍କୁ ଉଦ୍ଧାର କଲେ ସାହସୀ ଯୁବକ

କଳାହାଣ୍ଡି: ଗଭୀର ନଈରୁ ମହିଳାଙ୍କୁ ଉଦ୍ଧାର କଲେ ସାହସୀ ଯୁବକ । କଳାହାଣ୍ଡି କେସିଙ୍ଗା ତେଲ ନଦୀରେ ଭାସି ଯାଉଥିବାବେଳେ ଉଦ୍ଧାର କଲେ ବିନୋଦ କୁମାର ନାଗ । ଭାସିଯାଉଥିବା 3 ଜଣ ମହିଳାକୁ ଉଦ୍ଧାର କଲେ କେସିଙ୍ଗାର ବିନୋଦ । କେସିଙ୍ଗାର ଅନେକ ଲୋକ ଡଙ୍ଗା ଭସାଇବାକୁ ତେଲ ନଦୀକୁ ଯାଇଥିଲେ । ତେବେ ଡ୍ୟାମରୁ ପାଣି ଛାଡିବା ଯୋଗୁଁ ହଠାତ୍ ତେଲ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଲା ।
ସେହି ସମୟରେ ଜଣେ ମହିଳା ଗାଧୋଇବାକୁ ଥିବାବେଳେ ଭାସି ଯାଇଥିଲେ । ତାଙ୍କୁ ରକ୍ଷା କରିବା ପାଇଁ କିଛି ମହିଳା ଚେଷ୍ଟା କରିଥିବାବେଳେ ସେମାନଙ୍କ ମଧ୍ୟରୁ 3 ଜଣ ଭାସି ଯାଇଥିଲା । ସେଠାରେ ଉପସ୍ଥିତ ଥିବା ବିନୋଦ ନଦୀ ଭିତରକୁ ଲମ୍ଫ ଦେଇ ୩ ଜଣଙ୍କ ଜୀବନ ରକ୍ଷା କରିଥିଲେ । ସମସ୍ତଙ୍କୁ କେସିଙ୍ଗାର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସୋସିଆଲ ମିଡ଼ିଆରେ ଏହା ଭାଇରାଲ ହେବାପରେ ବିନୋଦଙ୍କୁ ବିଭିନ୍ନ ମହଲରୁ ଛୁଟିଛି ଶୁଭେଚ୍ଛାର ସୂଅ ।