ଭୁବନେଶ୍ୱରରେ ପୋଖରୀରୁ ମିଳିଲା ବରିଷ୍ଠ ସାମ୍ବାଦିକଙ୍କ ପୁଅର ମୃତଦେହ,ହତ୍ୟା ସନ୍ଦେହ

ଭୁବନେଶ୍ୱର: ପାତ୍ରପଡ଼ାର ଏକ ପୋଖରୀରୁ ଯୁବକଙ୍କ ମୃତଦେହ ଉଦ୍ଧାର  । ପୋଖରୀରେ ଯୁବକଙ୍କ ମୃତଦେହ ଭାସୁଥିବାବେଳେ କିଛି ଲୋକ ଏହାକୁ ଦେଖିଥିଲେ  । ପରେ  ଭାସମାନ ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି  । ଅଭିଯୋଗ ପରେ ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ ଘଟଣାସ୍ଥଳରେ ଛାନଭିନ୍‌ ଆରମ୍ଭ କରିଛନ୍ତି  । ମୃତଦେହ ଭାସିବା ଘଟଣାକୁ ନେଇ ବିଭିନ୍ନ ସନ୍ଦେହ ସୃଷ୍ଟି ହୋଇଛି  ।

ମୃତ ଯୁବକ ଜଣଙ୍କ ପରିଚୟ ପୋଲିସ ହାତରେ ଲାଗିଛି  । ମିଳିଥିବା ସୂଚନା ମୁତାବକ ମୃତକ  ହେଲେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନିଶ ଦାସ । ତାଙ୍କ ବୟସ ପାଖାପାଖି ୩୦ ବର୍ଷ ହେବ ।  ମିନୀଷଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଆଜି ଅପରାହ୍ନରେ ପୋଖରୀରରେ ମନୀଷଙ୍କ ମୃତଦେହ ଭାସୁଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ ।  ଘଟଣା ସ୍ଥଳରେ ଭୁବନେଶ୍ବର ଡିସିପି, ସ୍ପେଶାଲ ସ୍କାଡ ଓ ତମାଣ୍ଡୋ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହତ୍ୟା ହୋଇଛି କି ନା ନାହିଁ, ସେ ନେଇ ସାଇଣ୍ଟଫିକ ଟିମ ପହଞ୍ଚି ଛାନଭିନ କରୁଛି ।

ମନୀଷଙ୍କ ପରିବାର ପକ୍ଷରୁ ଗତକାଲି ରାତିରେ ଇନଫୋସିଟି ଥାନାରେ ଏକ ଅପହରଣ ମାମଲା ରୁଜୁ ହୋଇଥିଲା । ମନୀଷ ଗତକାଲି ସଂଧ୍ୟାରେ ଘରୁ ଦୁଇଜଣ ଯୁବକଙ୍କ ସହିତ କାରରେ ବାହାରକୁ ଯାଇଥିଲେ । କିଛି ଘଣ୍ଟା ପରେ ତାଙ୍କୁ କେହି ଟଙ୍କା ମାଗୁଥିବା ନେଇ ମନୀଷ ବାପାକୁ ଫୋନ କରି କହିଥିଲେ । ସେତେବେଳେ ମନୀଷଙ୍କ କହିବା ଅତ୍ୟନ୍ତ ଅସ୍ପଷ୍ଟ ଥିଲା । ତେବେ ତାପରଠାରୁ ମନୀଷଙ୍କ ସହ ପରିବାରର ଆଉ ଯୋଗାଯୋଗ ହୋଇପାରିନଥିଲା । ଗତ କାଲି ଭୋର ୪ଟାରେ ତାଙ୍କ ମୋବାଇଲ ସୁଇଚଅଫ ମଧ୍ୟ ହୋଇ ଯାଇଥିଲା । ଆଜି ପାତ୍ରପଡାର ଏକ ପୋଖରୀରୁ ମୃତ ଦେହ ଉଦ୍ଧାର ହୋଇଛି । ତେଣୁ ଏହା ଏକ ସୁଚିନ୍ତିତ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ପରିବାର ଲୋକେ  ।

ମନୀଷଙ୍କ ଦେହରେ ଏକ ଲାଲ ରଂଗର ସାର୍ଟ ରହିଛି । ମନୀଷ କଳା ରଙ୍ଗର ପ୍ୟାଣ୍ଟ ପିନ୍ଧିଥିବାବେଳେ ମୁହଁରେ ଚଷମାଟି ଲାଗି ରହିଛି । ଦେହରେ କେଉଁଠି କଣ କ୍ଷତ ଚିହ୍ନ ରହିଛି ପୋଲିସ ତାର ଯାଂଚ କରୁଛି । ସ୍ପେଶାଲ ସ୍କାଡ, ତମାଣ୍ଡୋ ଥାନ ଓ ଇନଫୋସିଟି ଥାନା ପୋଲିସକୁ ନେଇ ସ୍ବତନ୍ତ୍ର ଟିମ ଗଠନ ହୋଇଚି । ଉଦ୍ଧାର ପରେ ଶବକୁ ଭୁବନେଶ୍ବର ଏମ୍ସକୁ ପଠାଇଦିଆଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ଫଷ୍ଟ ହେବ । ପାଣିରେ ବୁଡି ମନୀଷଙ୍କ ମୃତ୍ୟୁ ହୋଇଛି କି ନାହିଁ ସେନେଇ ଡାଇଟମ ଟେଷ୍ଟ ମଧ୍ୟ ହେବ ।

 

Leave a Reply