ଗଞ୍ଜାମ : ଯୌତୁକ ନିଆଁରେ ଜଳିଲେ ମହିଳା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ କହ୍ନେଇପୁର ଗାଁରେ । ଏହି ଗାଁର ଆକାଶ ପରିଡ଼ା ଦୁଇ ବର୍ଷ ପୂର୍ବେ ଆରତୀଙ୍କୁ ପ୍ରେମ ବିବାହ କରିଥିଲେ । ଆରତୀଙ୍କ ଶାଶୂ ଯୌତୁକ ପାଇଁ ଆରତୀଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେଉଥିବା ଆରତୀଙ୍କ ବାପା ଅଭିଯୋଗ କରିଛନ୍ତି । ଗତକାଲି ରାତିରେ ଶାଶୁ ବୋହୂ ଭିତର ବଚସା ହୋଇଥିଲା । ଆଜି ସକାଳୁ ଆରତୀର ଦିଅର ପ୍ରକାଶ ଓ ଶାଶୂ ଉଭୟ ମିଶି ଆରତୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗେଇ ଦେଇ ମାରିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୋଇଛି । ଅର୍ଦ୍ଧଦଗ୍ଧ ଅବସ୍ଥାରେ ଆରତୀକୁ ଖଲ୍ଲିକୋଟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଶରୀରର ୪୦% ପୋଡିଯାଇଥିବା ବେଳେ ଡାକ୍ତର ବ୍ରହ୍ମପୁରକୁ ସ୍ଥାନାନ୍ତର କରିଛନ୍ତି । ମେଡ଼ିକାଲରେ ପୋଲିସ ପହଞ୍ଚି ଅଧିକ ପଚରଉଚରା କରିଛି ।