ଟିଉସନ ଘରେ ପଶି ମହିଳାଙ୍କୁ ଆକ୍ରମଣ, ମାଆ ଓ ଝିଅ ଗୁରୁତର

ବ୍ରହ୍ମପୁର: ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ୍ ରଘୁପତି ନଗରରେ ମହିଳାଙ୍କୁ ଆକ୍ରମଣ । ଘରେ ପଶି ମହିଳାଙ୍କୁ ଆକ୍ରମଣ ଅଭିଯୋଗ । ଆକ୍ରମଣରେ ମା’ ଓ ଝିଅ ଗୁରୁତର ହୋଇଥିବା ସୂଚନା । ଥାନାରେ ଆକ୍ରମଣକାରୀ ଆତ୍ମସମର୍ପଣ କରିଥିବା ସୂଚନା । ଅନୈତିକ ସମ୍ପର୍କକୁ କେନ୍ଦ୍ର କରି ଆକ୍ରମଣ ହୋଇଥିବା ସୂଚନା । ଆକ୍ରମଣକରି ଯୁବକ ଜଣକ ହେଲେ ଶୁଭମ୍ ସାହୁ।

ସୂଚନା ମୁତାବକ କିଛି ସମୟ ପୂର୍ବରୁ ରଘୁପତି ନଗରର ମାଧୁରୀ ପଣ୍ଡା ନିଜ ଝିଅକୁ ନେଇ ଟିଉସନରେ ଛାଡିବା ପାଇଁ ଯାଇଥିଲେ । ସେହି ସମୟରେ ଯୁବକ ଜଣକ ଏକ ଧାରୁଆ ଅସ୍ତ୍ର ଧରି ଘର ଭିତରକୁ ଧସେଇ ପଶି ମାଧୁରୀଙ୍କୁ ଆକ୍ରମଣ କରିଥିଲେ । ସେତେବେଳେ ଟିଉସନ କରୁଥିବା ମହିଳାଙ୍କ ଭଉଣୀ ଝିଲି ସାହୁ ମାଧୁରୀଙ୍କୁ ରକ୍ଷା କରିବା ପାଇ ଆଗକୁ ଆସିଥିଲେ । ହେଲେ ଯୁବକ ଜଣଙ୍କ ତାଙ୍କୁ ମଧ୍ଯ ଆକ୍ରମଣ କରିଥିଲା । ମାଧୁରୀଙ୍କ ଝିଅ ମଧ୍ଯ ସାମାନ୍ଯ ଆହତ ହୋଇଛନ୍ତି । ଆହାତ ମାନଙ୍କୁ ବଡ ମେଡିକାଲ ଅଣାଯାଇ ଚିକିତ୍ସା କରାଯାଉଛି ।