ଅସହାୟ ମହିଳାଙ୍କୁ ହାବିଲଦାରଙ୍କ ପ୍ରେମ ନିବେଦନ ସହିତ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ଅସହାୟ ମହିଳାଙ୍କୁ ହାବିଲଦାରଙ୍କ ପ୍ରେମ ନିବେଦନ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଈ ଥାନା ଅଞ୍ଚଳରେ ଜଣେ ଅସହାୟ ମହିଳାଙ୍କୁ କୁଦାନଗରୀ ଥାନାରେ କାର୍ଯ୍ୟରତ ହାବିଲଦାରଙ୍କ ପ୍ରେମ ନିବେଦନ । ଏନେଇ ମାର୍ଶାଘାଇ ଥାନରେ ସଙ୍ଗୀନ ଅଭିଯୋଗ କରିଛନ୍ତି ମହିଳା । ମହିଳା ଜଣଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା ସହିତ ଅଶ୍ଳୀଳ ଇଙ୍ଗିତ ଓ ତଣ୍ଟି ଚିପି ମାଡ ମାରିବା ଅଭିଯୋଗ ଆଣିଛନ୍ତି ସଂପୃକ୍ତ ମହିଳା । ଥାନାରେ ମହିଳା ଜଣଙ୍କ ଅଭିଯୋଗ କରିବାପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପ୍ରାୟ ସାତବର୍ଷ ପୂର୍ବରୁ ମହିଳା ଜଣଙ୍କର ମାର୍ଶାଘାଈ ଥାନାରେ ପାରିବାରିକ ଘଟଣାକୁ ନେଇ ଏକ କେଶ ହୋଇଥିଲା । ଗତ ଶୁକ୍ରବାର ଦିନ ମହିଳାଙ୍କୁ ଏକୁଟିଆ ଦେଖି ହାବିଲଦାର ଜଣଙ୍କ ଅଶ୍ଳିଳ ଇଙ୍ଗିତ କରିଥିଲେ । ମହିଳାଙ୍କୁ ଟଣାଓଟରା କରିବା ସହିତ ମାଡମାରି ତଣ୍ଟିଚିପି ମାରିଦେବାକୁ ଉଦ୍ୟମ କରିଥିଲେ । ଏନେଇ ମହିଳା ଜଣଙ୍କ ମାର୍ଶାଘାଈ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏସମ୍ପର୍କରେ ପୋଲିସର ପ୍ରତିକ୍ରିୟା ମିଳିପାରାନାହିଁ।