IPL 2021: ଏପ୍ରିଲ ୯ରୁ ଆଇପିଏଲ୍, ପୁରୁଣା ରେକର୍ଡକୁ ଫେରିବ KKR

1 min read

ଭୁବନେଶ୍ୱର: ଏପ୍ରିଲ ୯ରୁ ଆରମ୍ଭ ଆଇପିଏଲ୍‌ । କମ୍ପିବ ମୈଦାନ, ଜମିବ ମ୍ୟାଚ । ଗତବର୍ଷ କୋଭିଡ ଟୁର୍ଣ୍ଣାମେଣ୍ଟରେ ବାଧକ ସାଜିଥିଲା । ଗତବର୍ଷ ବିଦେଶରେ ମ୍ୟାଚ ଖେଳାଯାଇଥିବା ବେଳେ ଚଳିତ ବର୍ଷ ଦେଶରେ ହିଁ ଖେଳାଯିବା ନେଇ ହୋଇଛି ନିଷ୍ପତି। ଅହମ୍ମଦାବାଦ, ଚେନ୍ନାଇ, ବେଙ୍ଗାଲୁରୁ, ନୂଆଦିଲ୍ଲୀ, କୋଲକାତା ଏବଂ ମୁମ୍ବାଇରେ ଚଳିତବର୍ଷର ଟୁର୍ଣ୍ଣାମେଣ୍ଟ ଖେଳାଯିବ। ସମୁଦାୟ ୫୧ ଦିନ ଧରି ଜାରି ରହିବ ଏହି କ୍ରିଡା ମହାକୁମ୍ଭ । ମ୍ୟାଚକୁ ନେଇ ହାତରେ କମ ଦିନ ଥିବାବେଳେ KKR ଚଳାଇଛି କସରତ।

ଆଇପିଏଲରେ ଦୁଇ ଦୁଇ ଥର ଟ୍ରଫି ହାସଲ କରିଥିବା କୋଲକାତା ନାଇଟ୍ ରାଇଡର୍ସ ଟିକେ ଥମି ଯାଇଛି । କିନ୍ତୁ ପୁଣି ପୁରୁଣା ରେକର୍ଡ କରିବାକୁ ଦଳ ଆରମ୍ଭ କରିଛି ଚେଷ୍ଟା । ଅଧିନାୟକ ଥିବା ଗୌତମ ଗମ୍ଭୀରଙ୍କ ବିଦାୟ ପରେ ଦଳରେ ହୋଇଛି ବ୍ୟାପକ ପରିବର୍ତ୍ତନ । କିନ୍ତୁ ଦଳ ସେହି ପୂର୍ବ ଦିନର ପ୍ରଦର୍ଶନକୁ ଫେରିବାକୁ ପୁନର୍ବାର ପ୍ରୟାସ ଆରମ୍ଭ କରିଛି । ସେପଟେ ଚଳିତ ଟୁର୍ଣ୍ଣାମେଣ୍ଟରେ RCB ସହ ପ୍ରଥମ ମ୍ୟାଚ ମଧ୍ୟ ଖେଳିବାକୁ ଯାଉଛି KKR ।

କେକେଆରର ଶକ୍ତି ଭାବେ ଥିବା ସ୍ପିନ୍ ବିଭାଗ ଏବେ ଦଳ ପାଇଁ ଦୁର୍ବଳତା ପାଲଟିଯାଇଛି। କୁଲଦୀପ ଯାଦବ ୫ ମ୍ୟାଚ୍‌ରୁ ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ। ୨୦୧୨ ଓ ୨୦୧୪ରେ ଦଳକୁ ବିଜେତା କରିଥିବା ଗମ୍ଭୀରଙ୍କ ଦଳର ମୁଖ୍ୟ ବୋଲିଂ ଅସ୍ତ୍ର ସୁନିଲ ନାରାୟଣ ମଧ୍ୟ ବିଫଳ ହେଉଛନ୍ତି। ବୋଲିଂ ଶୈଳୀ ପାଇଁ ବିବାଦରେ ପଡ଼ିବାରୁ ସେ ମଧ୍ୟ ଥମି ଯାଇଛନ୍ତି । ସେପଟେ ନାରାୟଣଙ୍କ ବଦଳରେ ବରୁଣ ଚକ୍ରବର୍ତୀ ଦାୟିତ୍ବ ସମ୍ଭାଳି ଦଳ ପାଇଁ ସର୍ବାଧିକ ୧୭ ୱିକେଟ୍ ନେଇଥିଲେ। ସେହିପରି ନାରାୟଣ ଆହତ ହୋଇଥିବାବେଳେ ଖେଲରୁ ବାଦ ପଡିଥିଲେ । ଏବେ ସେ କେତେ ଫିଟନେସ୍‌ ରହିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଫ୍ୟାନ୍ସ ଏବଂ ଫଲୋୟର୍ସ ନାରାୟଣଙ୍କ ବୋଲିଂକୁ ପୁଣି ଥରେ ଦେଖିବାକୁ ଆଶାବନ୍ଧି ବସିଛନ୍ତି ।

Leave a Reply