ମହାପ୍ରଭୁଙ୍କୁ ଅସମ୍ମାନ; ଟେଣ୍ଟ ଗାଡ଼ି ପଛରେ ଶ୍ରୀଜଗନ୍ନାଥଙ୍କୁ ବାନ୍ଧି ନେବାର ଭିଡିଓ ଭାଇରାଲ

ବାଲେଶ୍ୱର: ସାଢ଼େ ଚାରି କୋଟି ଓଡ଼ିଆଙ୍କ ମଉଡ଼ ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ । ଟେଣ୍ଟ ଗାଡି ପଛରେ ଶ୍ରୀଜଗନ୍ନାଥଙ୍କୁ ବାନ୍ଧି ନେବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏ ଦୃଶ୍ୟକୁ ଯିଏ କେହିବି ଦେଖିବ, ତାକୁ ନିଶ୍ଚିତ ବାଧିବ । ଓଡ଼ିଆଙ୍କ ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କୁ କିଭଳି ଅସମ୍ମାନ କରାଯାଉଛି ତାହା ଏଦୃଶ୍ୟରୁ ବେଶ ଅନାମ କରିହେଉଛି।

ବାଲେଶ୍ୱରରୁ ଜଳେଶ୍ୱର ଆସୁଥିବା ଏକ ଟେଣ୍ଟ ବୋଝେଇ ପିକଅପର ପଛ ପଟେ ବାନ୍ଧି ଜଗନ୍ନାଥଙ୍କୁ ନିଆ ଯାଉଛି । ଗାଡ଼ିରେ ଲେଖା ଯାଇଛି ଶିବଶକ୍ତି ଟେଣ୍ଟ ବୋଲି । ତେବେ ଏହି ଶିବଶକ୍ତି ଟେଣ୍ଟ ଜଳେଶ୍ୱ ର ଅଞ୍ଚଳର ବୋଲି ଜଣା ପଡ଼ିଛି । ଏ ଦୃଶ୍ୟ ଭାଇରାଲ ହେବା ପରେ ଭକ୍ତଙ୍କ ମହଲରେ ପ୍ରକାଶ ପାଇଛି ଅସନ୍ତୋଷ । ତେଣୁ ଜଗନ୍ନାଥଙ୍କୁ ଅସମ୍ମାନ କରିଥିବାରୁ ତୁରନ୍ତୁ କ୍ଷମାପ୍ରାର୍ଥନା କରିଛନ୍ତି ଟେଣ୍ଟ ହାଉସର ମାଲିକ । କର୍ମଚାରୀଙ୍କ ସହ ଜଗନ୍ନାଥଙ୍କ ସାମ୍ନାରେ ଦୀପ ଜାଳି, କାନ ଧରି ଭୁଲ ମାଗିଛନ୍ତି ମାଲିକ । ଏହାସହ ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ଟେଣ୍ଟ ହାଉସ ମାଲିକ ଓ କର୍ମଚାରୀ ।