ପକ୍ଷାଘାତ ପ୍ରେମିକା ମଥାରେ ପ୍ରତିଶ୍ରୁତିର ସିନ୍ଦୂର..

ନନ୍ଦିଘୋଷ ବ୍ୟୁରୋ: କୁହାଯାଏ ପ୍ରେମ ଶ୍ୱାସତ, ଚିରନ୍ତନ ଆଉ ସତ୍ୟ  ।  ପ୍ରେମରେ ବିଶ୍ୱାସ ଆଉ ନିଶ୍ୱାସର ସମିଶ୍ରଣ ହୋଇଥାଏ  । ସାତ ଜନ୍ମର ସାଥି ବାଛିବାରେ ନା ଥାଏ ସ୍ୱାର୍ଥ ନା ସଙ୍କୋଚ  । କାଳେ କାଳେ ପ୍ରେମ ଅନ୍ଧ । କଥା ଦେଇଥିଲେ କଥା ରଖିଲେ । ନିଜ ଶାଶ୍ବତ ପ୍ରେମକୁ ମରିବାକୁ ଦେଲେନି । ପ୍ରେମ ବିବାହର ରୂପ ନେବା ପୂର୍ବରୁ ପ୍ରେମିକା ପାଲଟିଗଲେ ପକ୍ଷାଘାତ ରୋଗୀ । ମାତ୍ର କ୍ରୁର ପକ୍ଷାଘାତ ପ୍ରତିବନ୍ଧକର ଲକ୍ଷ୍ମଣରେଖାକୁ ଡେଇଁଲା ପ୍ରେମିକ । ପ୍ରେମିକାର ମଥାରେ ପିନ୍ଧାଇ ଦେଲା ସିନ୍ଦୂର ।

ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ବିବାହ ବନ୍ଧନରେ ବାନ୍ଧି ହେଲେ । ବ୍ରାହ୍ମଣର ମନ୍ତ୍ରଧ୍ବନୀ ଭିତରେ ହ୍ବିଲ ଚେୟାରରେ ବସିଥିବା ପ୍ରେମିକାକୁ ସାରା ଜୀବନ ପାଇଁ ସୁଖଦୁଃଖର ସାଥୀ କରିନେଲେ। ନିଜ ପ୍ରେମକୁ ଆକାଶଛୁଆଁ ଉଚ୍ଚତାକୁ ନେଇଗଲେ । ପ୍ରମାଣ କରିଦେଲେ ପ୍ରେମରେ ବଡ଼ ସର୍ତ୍ତ ହେଉଛି ଏହା ନିସର୍ତ୍ତ । ଅନାବିଳ ସ୍ନହ ଆଉ ଭଲପାଇବା ଯେଉଁଠି ପ୍ରେମ ହିଁ ସେଇଠି । ପ୍ରେମ ଜୀବନର ଜଟିଳ ଜ୍ୟାମିତି । ପ୍ରେମରେ ନା ଥାଏ ହାରିବା, ନା ଜିତିବା । ମନରେ ମନ ମିଶିଲେ ଆସେ ଭିନ୍ନ ଏକ ଆବେଗ ଆଉ  ଉଚ୍ଛ୍ବାସ, ଯାହାର ନାଁ ପ୍ରେମ ।

ଏମିତି ନିଃସର୍ତ୍ତ ପ୍ରେମରେ ପଡ଼ିଥିଲେ ବାଲେଶ୍ୱର ଖନ୍ତାପଡା ଅଞ୍ଚଳର ଶୁଭ୍ରାଂଶୁ ଓ ଦେବସ୍ମିତା  । ୨୦୧୫ରେ ପରସ୍ପରକୁ ଭଲ ପାଇବସିଥିଲେ ଏ ପ୍ରେମୀ ଯୁଗଳ । ଏ ଭଲ ପାଇବାକୁ ସେମାନେ ବିବାହର ନାଁ ଦେବା ପାଇଁ ବି ପ୍ରସ୍ତୁତ ହୋଇସାରିଥିଲେ । କିନ୍ତୁ ଦେବସ୍ମିତାଙ୍କ ସହ ଯାହା ଘଟିଲା, ସବୁ ସ୍ୱପ୍ନ ଯେମିତି ଅଧାରେ ଅଟକିଗଲା  । ରାତତାରାତି ସବୁକିଛି ବତଦଳିଗଲା  । କିନ୍ତୁ ସାତ ଜନ୍ମର ସାଥି କରିବାର ପ୍ରତିଶ୍ରୁତି ଦେଇଥିବା ଶୁଭ୍ରାଂଶୁ ବଡ଼ ହୃଦୟରେ ଆପଣାଇ ନେଇଥିଲେ  । ଜୀବନର ଯନ୍ତ୍ରଣାରେ ପ୍ରେମର ମହୋଷଧି ଦେଇ ସମାଜକୁ ବାର୍ତ୍ତା ଦେଇଥିଲେ  । ଆଉ ପ୍ରମାଣିତ କରିଥିଲେ ପ୍ରେମ ଐଶିର୍ଗିକ, ନୈଶିର୍ଗିକ…