କେନ୍ଦୁଝର ଘଟଗାଁ ରେଞ୍ଜରେ ବୁଲୁଛି ବାଘ, କ୍ୟାମେରାରେ କଏଦ ହେଲା ମହାବଳର ଫଟୋ

ଭୁବନେଶ୍ୱର: କେନ୍ଦୁଝରରେ ବାଘ ବୁଲିବା ପ୍ରସଙ୍ଗ । କ୍ୟାମେରାରେ କଏଦ ହୋଇଛି ମହାବଳର ଫଟୋ । ବାଘର ବୟସ ୩ରୁ ୪ ବର୍ଷ ହେବ। କେନ୍ଦୁଝର ଘଟଗାଁ ରେଞ୍ଜରେ ଠାବ ହୋଇଛି ଏହି ମହାବଳ ବାଘ । ଶିମିଳିପାଳରୁ କରଞ୍ଜିଆ ସାତକୋଶିଆ ଦେଇ ଆସୁଛି ପୁଣି ଫେରୁଛି । ବାଘ ଗତିବିଧି ଉପରେ ନଜର ରଖାଯାଇଥିବା ପିସିସିଏଫ୍ ସୂଚନା ଦେଇଛନ୍ତି । ଏହି ମହାବଳ ବାଘ ଉପରେ ନଜର ରଖିଛି ବନ ବିଭାଗ । ଖାଦ୍ୟ ଅନ୍ୱେଷଣ ଏବଂ ପ୍ରାକୃତିକ ସହବାସ ପାଇଁ ବାହାରକୁ ବାଘ ଆସିଥାଇପାରେ ବୋଲି ପିସିସିଏଫ ସୁଶୀଲ କୁମାର ପୋପଲି ସୂଚନା ଦେଇଛନ୍ତି । ବାଘର ଗତିବିଧି ଉପରେ ନଜର ରଖିବାକୁ କ୍ୟାମେରା ଲାଗିଛି । ବନବିଭାଗ କର୍ମଚାରୀ ସଜାଗ ଅଛନ୍ତି ବୋଲି ପିସିସିଏଫ ସୁଶୀଲ କୁମାର ପୋପଲି କହିଛନ୍ତି ।