ଚୋରଙ୍କୁ ସମସ୍ତେ ଚୋର ଭଳି ଦିଶିବେ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ

A thief always believes, everybody steal Says Minister Ranendra Pratap Swain

ଭୁବନେଶ୍ୱର: ରାଜ୍ୟରେ ସୂଚାରୁ ରୂପେ ଚାଲିଛି ଧାନ ସଂଗ୍ରହ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଟୋକନ୍ ବ୍ୟବସ୍ଥା ଓ ଟେକ୍ନୋଲୋଜି ଦୃଷ୍ଟିରୁ ଧାନ ସଂଗ୍ରହ ଠିକ୍ ଭାବେ ଚାଲିଛି । ଚଳିତ ବର୍ଷ ଆଜି ସୁଦ୍ଧା ରାଜ୍ୟର ୧ ଲକ୍ଷ ୫୦ ହଜାର ୨୭୩ ଜଣ ଚାଷୀଙ୍କ ଠାରୁ ୭ ଲକ୍ଷ ୮୦ ହଜାର ୭୧୦ ମେଟ୍ରିକ ଟନ୍ ଧାନ ସଂଗ୍ରହ ହୋଇଛି ।

A thief always believes, everybody steal Says Minister Ranendra Pratap Swain

ବର୍ଷା ଓ ପାଣିପାଗ ଅବ୍ୟବସ୍ଥା ଯୋଗୁ ଧାନ କଟାରେ ୧୫ରୁ ୨୦ ଦିନ ବିଳମ୍ବ ହୋଇଛି । ଧାନ କିଣା ସମ୍ପୂର୍ଣ୍ଣ ଭାବେ ସୂଚାରୁ ରୁପେ ହେବ । ସରକାରୀ ସ୍ତରରେ କୌଣସି ପ୍ରକାରର ତ୍ରୁଟି ହେବ ନାହିଁ । ସେଥିପାଇଁ ବିଭାଗ ସଚେତନ ଥିବା କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଧାନ କିଣା ଅବ୍ୟବସ୍ଥା ଓ ଦୁର୍ନୀତି ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ଚୋରଙ୍କୁ ସମସ୍ତେ ଚୋର ଭଳି ଦିଶିବେ । ଯିଏ ସେଇ କାମ କରନ୍ତି ତାଙ୍କ ନଜର ମଧ୍ୟ ସେମିତି ରହିବ ।

A thief always believes, everybody steal Says Minister Ranendra Pratap Swain

ବ୍ୟବସ୍ଥାକୁ ନେଇ ଅନେକ କଥା କହୁଥିବା ଲୋକମାନେ ଜାଣି ରଖିବା ଦରକାର ପାଇଲଟ ପ୍ରକଳ୍ପ ଭାବେ ଆମେ ଏଥର ସାଟେଲାଇଟ ସର୍ଭେ କରିଛୁ । ଯାହାଦ୍ୱାରା ଏଥିରେ ୨୬ ହଜାର ଫ୍ଲସ ଏଣ୍ଟ୍ରି ବା ଭୂତ ଚାଷୀ ବାହାରିଛନ୍ତି । ଏହା କରିବା ଦ୍ୱାରା ଆମେ ୧୬୦୦ କୋଟି ଟଙ୍କା ସଞ୍ଚୟ କରିଛୁ । ମୋ ନିର୍ବାଚନ ମଣ୍ଡଳୀର ଗୋଟିଏ ମିଲର ଛଡ଼ା ଆଉ କିଏ ମିଲର ଅଛନ୍ତି ମୁଁ ଜାଣେ ନାହିଁ । ମିଲର ମାନେ ମୋ ଦୁଆର ମୁହଁକୁ ଆସନ୍ତି ନାହିଁ ବୋଲି କହି ବିରୋଧୀଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ମନ୍ତ୍ରୀ । ଯେଉଁମାନେ ମିଲର ମାନଙ୍କ ସହ ନଟର ପଟର ହୁଅନ୍ତି । ଯଦି ନିର୍ଦ୍ଦିଷ୍ଟ ଅଭିଯୋଗ ଅଛି ଆଣନ୍ତୁ, ବିଭାଗ ସବୁ ଶୁଣିବ ।

Leave a Reply