ବିଶାଖାପାଟଣାରେ ଭୟାବହ ଅଗ୍ନିକାଣ୍ଡ ୨୫ ମାଛଧରା ଡଙ୍ଗା ଜଳିପୋଡ଼ି ପାଉଁସ

ବିଶାଖାପାଟଣା : ବିଶାଖାପାଟଣାରେ ଭୟାବହ ଅଗ୍ନିକାଣ୍ଡ । ନିଆଁରେ ଜଳିଗଲା ୨୫ ମାଛଧରା ଡଙ୍ଗା। ବିଶାଖାପାଟଣଆରେ ଏକ ଜେଟିରେ ଗତକାଲି ରାତିରେ ଲାଗିଥିଲା ଭୟାବହ ଅଗ୍ନିକାଣ୍ଡ । ଗୋଟିଏ ମାଛଧରା ବୋଟରେ ପ୍ରଥମେ ନିଆଁ ଲାଗିଥିଲା । ଏହାପରେ ଗୋଟିଏ ବୋଟରୁ ଅନ୍ୟ ସବୁ ବୋଟକୁ ବ୍ୟାପି ଯାଇଥିଲା। ଭୟଙ୍କର ନିଆଁରେ ୨୫ଟି ମାଛଧରା ଡଙ୍ଗା ପୋଡ଼ି ଯାଇଛି । ଅଗ୍ନିକାଣ୍ଡର ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଅଗ୍ନିଶମବାହିନୀର ଏକାଧିକ ଟିମ । ତେବେ ନିଆଁକୁ ଦମକଳବାହିନୀ ଆୟତ୍ତ କରିପାରିନଥିଲେ । ଶେଷରେ ଭାରତୀୟ ନୌସେନାର ଏକ ଜାହାଜ ଆସି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡରେ ବ୍ୟାପକ କ୍ଷତି ଘଟିଛି । ଜଳି ଯାଇଥିବା ଗୋଟିଏ ଗୋଟିଏ ବୋଟର ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ । Fishing boat catches fire at Kakinada harbour

ସେହି ଅନୁସାରେ ମତ୍ସ୍ୟଜୀବୀଙ୍କୁ ପ୍ରାୟ ୪ରୁ ୫ କୋଟି ଟଙ୍କା କ୍ଷତି ଘଟିଥିବା ପ୍ରାଥମିକ ଆକଳନରୁ ଜଣାପଡିଛି । ମାଛଧରା ବୋଟରେ ଡିଜେଲ ଏବଂ ରନ୍ଧନ ଗ୍ୟାସ ଥିବାରୁ ନିଆଁକୁ ଆୟତ୍ତ କରିବାକୁ କଷ୍ଟକର ହୋଇଥିଲା । କିଛି ବୋଟରେ ବିସ୍ଫୋରଣ ଘଟିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିଲେ । କିଛି ଦୁର୍ବୃତ୍ତ ମାଛଧରା ବୋଟରେ ନିଆଁ ଲଗାଇଥିବା ଅଭିଯୋଗ କରିଛନ୍ତି ମତ୍ସ୍ୟଜୀବୀ ।