spot_img

Latest Posts

ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସନ୍ଦିଗ୍ଧ ବ୍ୟାଗ ଠାବ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ସନ୍ଦିଗ୍ଧ ବ୍ୟାଗ ଠାବ। ସିଆଇଏସଏଫ ସନ୍ଧାନୀ କୁକୁର ଦ୍ବାରା ଯାଞ୍ଚ ପରେ ବ୍ୟାଗରୁ କିଛି ବାହାରିନାହିଁ। ନୀଳ ରଙ୍ଗର ବ୍ୟାଟି ଠାବ ହେବା ପରେ ଯାଞ୍ଚ ପାଇଁ CISF ବିମାନ ବନ୍ଦର ଭିତରକୁ ନେଇଥିଲେ। ତେବେ ଟିକିନିଖି କରି ଅନୁଧ୍ୟାନ କରିବା ପରେ ବ୍ୟାଗରେ ସେପରି କିଛି ସନ୍ଦେହଜନକ ଜିନିଷ ମିଳିନାହିଁ।

ତେବେ କିଏ ଓ କିପରି ଏହି ବ୍ୟାଗକୁ ଛାଡି ପଳାଇଲେ, ସେନେଇ କିଛି ପତ୍ତା ମିଳିନାହିଁ। ଡିଜିପି ସମ୍ମିଳନୀକୁ ଖାଲିସ୍ଥାନୀ ଧମକ ମିଳିଥିବାରୁ, ଏହି ବ୍ୟାଗକୁ ନେଇ ବହୁ ସନ୍ଦେହ ସୃଷ୍ଟି ହୋଇଥିଲା।କାରଣ ଆଜି ସକାଳେ ଖଲିସ୍ତାନୀ ଆତଙ୍କବାଦୀ ପନୁନ ଧମକ ଦେଇଥିଲା। ଏହା ପରେ ବିମାନ ବନ୍ଦରରୁ ବ୍ୟାଗ ମିଳିବା ପରେ ସନ୍ଦେହ ଉପୁଜିଥିଲା।

କାରଣ ଶିଖସ୍ ଫର ଜଷ୍ଟିସ ନେତା ତଥା ଆତଙ୍କବାଦୀ ଗୁରପତୱନ୍ତ ସିଂ ପନୁନ ଏକ ଅଡିଓ ବାର୍ତ୍ତାରେ କହିଥିଲା- ୧ ଡିସେମ୍ବର ଅର୍ଥାତ ଆସନ୍ତାକାଲି ଡି-ଡେ। ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଉଡାଣ ନ ଭରିବାକୁ ଚେତାବନୀ ଦେଇଥିଲା ପନୁନ। ଲୋକସେବା ଭବନରେ ଆୟୋଜିତ ସମ୍ମିଳନୀକୁ ଟାର୍ଗେଟ କରାଯାଇଥିଲା।

ସେହିପରି ଖଲିସ୍ତାନ ପତାକା ଉଡାଇଲେ ୨୫ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି କହିଥିଲା ପନୁନ। ସେହିପରି ଜଣେ ଓଡ଼ିଆ ସାମ୍ବାଦିକଙ୍କ ପାଖକୁ ମଧ୍ୟ ଧମକ ପୂର୍ଣ୍ଣ ମେଲ୍ ଆସିଥିଲା।  ଗତ ୨୮ ତାରିଖରେ ମଧ୍ୟ ଏଭଳି ଆଉ ଏକ ଭିଡିଓ ମଧ୍ଯ ଭାଇରାଲ ହୋଇଥିଲା।

ସେପଟେ ପୋଲିସ କମିଶନର ଏସ.ଦେବଦତ୍ତ ସିଂ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କଡାକଡି କରାଯାଇଛି । ଏଭଳି ଧମକପୂର୍ଣ୍ଣ ଅଡିଓ ବାର୍ତ୍ତା ଆସିବା ପରେ ତୀକ୍ଷ୍ଣ ନଜର ରଖିଛି ପୋଲିସ। କମିଶନରେଟ ପୋଲିସ ଏ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଏ ନେଇ ସ୍ୱତନ୍ତ୍ର ସର୍ଭେଲାନ୍ସ ଟିମ ମଧ୍ୟ ଗଠନ କରାଯାଇଛି ।

Latest Posts

Don't Miss