ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନେଇ କଣ କହିଲେ ସୁୁପ୍ରିମକୋର୍ଟ ?

1 min read

ନୂଆଦିଲ୍ଲୀ :  ଆସ୍ଥା ଓ ବିଶ୍ୱାସକୁ ନେଇ କୌଣସି ବିବାଦ ହେବା ଉଚିତ୍ ନୁହେଁ  ବୋଲି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ କହିଛନ୍ତି । ବ୍ରିଟିଶ ଆସିବା ପୂର୍ବରୁ ହିନ୍ଦୁଙ୍କ ଦ୍ୱାରା ରାମ ଚୌତରା ଓ ସୀତା ରୋଷେଇର ପୂଜାର୍ଚ୍ଚନା କରାଯାଉଥିବାର ପ୍ରମାଣ ରହିଥିବା କୋର୍ଟ କହିଛନ୍ତି ।

୨୦୧୦ରେ ଆହ୍ଲାବାଦ୍ ହାଇକୋର୍ଟ ଦେଇଥିବା ରାୟକୁ ଭୁଲ୍ ଦର୍ଶାଇଛନ୍ତି ସୁପ୍ରିମକୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ । ବିବାଦୀୟ ସ୍ଥାନର ଭାଗବଣ୍ଟା ହେବ ନାହିଁ । ମସଜିଦ୍ ନିର୍ମାଣ ପାଇଁ ବିକଳ୍ପ ସ୍ଥାନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩ ମାସ ମଧ୍ୟରେ ଏହି ଜମି ପ୍ରଦାନ କରାଯିବ। ଏଥିପାଇଁ ୫ ଏକର ଜମି ଦେବାକୁ କୋର୍ଟ କହିଛନ୍ତି ।

ଅଯୋଧ୍ୟାରେ ନିର୍ମାଣ ହେବ ରାମମନ୍ଦିର । ବିକଳ୍ପ ସ୍ଥାନରେ ମସଜିଦ୍ ପାଇଁ ଯୋଗାଇ ଦିଆଯିବ ୫ ଏକର ଜମି । ମନ୍ଦିର ନିର୍ମାଣ ପାଇଁ ଗଠନ ହେବ ଟ୍ରଷ୍ଟ ବୋର୍ଡ । ବୋର୍ଡ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ୩ ମାସର ସମୟ ଦେଇଛନ୍ତି । ବିବାଦୀୟ ଜମି ଟ୍ରଷ୍ଟ ବୋର୍ଡକୁ ପ୍ରଦାନ କରାଯିବ ବୋଲି କୋର୍ଟ କହିଛନ୍ତି ।

https://nandighoshatv.comayodhya-hearing-starts-at-supreme-court/

ଅଯୋଧ୍ୟା ରାୟକୁ ଦୃଷ୍ଟିରେ ରଖି ରାଜସ୍ଥାନର ଆଜମେର୍ ଜିଲ୍ଲାରେ ୧୪୪ ଧାରା ଜାରି । ଆଜମେରରେ ଆଜି ବନ୍ଦ ରହିବ ସମସ୍ତ ସ୍କୁଲ ଓ କଲେଜ । ଆସନ୍ତାକାଲି ସକାଳ ୬ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ଉପରେ କଟକଣା । ')}

Leave a Reply