ଏପ୍ରିଲ ୨୧ରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ଅଭିଭାବକ ଶିକ୍ଷକ ବୈଠକ

1 min read

ଭୁବନେଶ୍ୱର: ଏପ୍ରିଲ ୨୧ରେ ରାଜ୍ୟସ୍ତରୀୟ ଅଭିଭାବକ ଶିକ୍ଷକ ବୈଠକ ହେବ । ଚଳିତ ବର୍ଷର ଏହା ପ୍ରଥମ ବୈଠକ ହୋଇଥିବାରୁ ଏହା ପୂର୍ବ ଅପେକ୍ଷା ଏହା ବଡ଼ ଆକାରରେ ହେଉଛି । ଏଥର ଅଭିଭାବକମାନଙ୍କ ସହ ସାଇବର ସିକ୍ୟୁରିଟି ନେଇ ଆଲୋଚନା ହେବ । ଅଭିଭାବକ ସଚେତନ ହେଲେ ପିଲା ସଚେତନ ହେବେ । ଅଭିଭାବକମାନଙ୍କ ପାଇଁ UNICEF ଓ ପୋଲିସ ସହଯୋଗରେ କିଛି ମ୍ୟାଟେରିଆଲ ପ୍ରସ୍ତୁତ ହୋଇଛି । ସ୍କୁଲ ମ୍ୟାନେଜମେଣ୍ଟ ଓ ଡେଭଲପ କମିଟି- SMDC ବି ଏଥିରେ ଯୋଗଦେବେ ବୋଲି କୁହାଯାଇଛି ।

ସ୍କୁଲ ଉନ୍ନତି, ପିଲାମାନଙ୍କ ୟୁନିଫର୍ମ ଓ ପୁସ୍ତକ ଠିକ୍ ସମୟରେ ମିଳିବା ନେଇ ବୈଠକରେ ଆଲୋଚନା ହେବ । ପାଖ ପଡୋଶୀରେ ଯଦି କେହି ପିଲାର ନାମଲେଖା ବୟସ ହେଲାଣି, ତା ସମ୍ପର୍କରେ ଜଣାଇବେ ବୋଲି ଏଥର ଅଭିଭାବକମାନଙ୍କୁ ଟାସ୍କ ଦିଆଯିବ । ଏଥର ଉଭୟ ପ୍ରାଥମିକ ଓ ମାଧ୍ୟମିକ କ୍ଲାସ ପାଇଁ ଭଲ କ୍ୟାଲେଣ୍ଡର ହୋଇଛି । PTMରେ ଅଭିଭାବକ ଆସି ଶିକ୍ଷକମାନଙ୍କ ସହ ମତ ବିନିମୟ କରିବେ । ଖରା ଛୁଟିରେ ପିଲା କ’ଣ କରିବେ, କିପରି ହୋମୱାର୍କ ଶେଷ କରିବେ ସେନେଇ ମଧ୍ୟ ବୈଠକରେ ଆଲୋଚନା ହେବ ।