spot_img

Latest Posts

ମଶାରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତ ହେଲା ଏକ ନୂଆ ପ୍ରକାର କପଡ଼ା

ମଶାରୁ ରକ୍ଷା ପାଇବା ପାଇଁ ଗୁଜରାଟ ବଡ଼ୋଦରାର ମହାରାଜା ସୟାଜିରାଓ ୟୁନିଭରସିଟି ପ୍ରସ୍ତୁତ କରିଛି ଏକ ନୂଆ ପ୍ରକାର କପଡ଼ା। ଏହି କପଡ଼ା ପାଖକୁ ଆସିବେ ନାହିଁ ମଶା। ଦୂରେଇ ରହିବେ। ଏହା ସହିତ ୟୁଭି ରଶ୍ମିରୁ ମଧ୍ୟ ଏହା ରକ୍ଷା କରିବ ଓ ବ୍ୟାକଟେରିଆରୁ ମଧ୍ୟ ସୁରକ୍ଷା ଦେବ। ପ୍ୟାଡ ଡ୍ରାଏ କିୟର୍ ଟେକନିକରେ ଏହା ପ୍ରସ୍ତୁତ କରାଯାଇଛି। ଏହି ସ୍ଵତନ୍ତ୍ର ପ୍ରକାର କପଡ଼ା ପ୍ରସ୍ତୁତ ବେଳେ ସେଥିରେ ମିଶା ଯାଇଛି ତୁଳସୀ, ଲେମନଗ୍ରାସ୍ ଓ ନିମ୍ଵ ପତ୍ରର ରସ। ଫଳରେ ମଶା ଏହି କପଡ଼ା ପାଖକୁ ଆସିବେ ନାହିଁ। ତା ସହିତ ବ୍ୟାକଟେରିଆରୁ ମଧ୍ୟ ଏହା ରକ୍ଷା କରିବ। ଏହି ବେଡସିଟ ବ୍ୟବହାର କଲେ ମ୍ଯାଲେରିଆ, ଚିକନଗୁନିଆ, ଡେଙ୍ଗୁ, ପରି ମଶାଜନିତ ରୋଗରୁ ରକ୍ଷା ମିଳିବ। ଏହି ସ୍ଵତନ୍ତ୍ର ପ୍ରକାର କପଡ଼ାର ପ୍ୟାଟେଣ୍ଟ ପାଇଁ ଏବେ ୟୁନିଭରସିଟି ପକ୍ଷରୁ ଉଦ୍ୟମ କରାଯାଉଛି।

Latest Posts

Don't Miss