spot_img

Latest Posts

ଆତ୍ମହତ୍ୟା କଲେ ଅବସର ପ୍ରାପ୍ତ ଶିକ୍ଷକ

ଗଞ୍ଜାମ: ମନ୍ଦିରରେ ଗୁହାରିଆ ପଡିଥିଲେ। ଶେଷରେ ଆତ୍ମହତ୍ୟା କଲେ ଅବସର ପ୍ରାପ୍ତ ଶିକ୍ଷକ। ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ବେଠୁଆର ଗାଁ ଘୋଡାଦେବୀ ମନ୍ଦିର ସେଡ ଘର ପାର୍ଶ୍ୱରେ ଘଟିଛି ଏହି ଅଘଟଣ। ନଗୁଡୁ ଅଞ୍ଚଳର ୬୧ ବର୍ଷୀୟ ଅବସର ପ୍ରାପ୍ତ ଶିକ୍ଷକ ପୁରୁଷୋତ୍ତମ ପ୍ରଧାନ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବେକରେ ରଶି ଲଗାଇ ସେ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।

ସୂଚନା ଅନୁଯାୟୀ, ପୁରୁଷୋତ୍ତମ ୨୧ ଦିନ ଧରି ମା’ଙ୍କ ପୀଠରେ ଗୁହାରିଆ ପଡିଥିଲେ। ଆଜି ତାଙ୍କର ମାନସିକର ୨୧ ଦିନ ପୂର୍ତ୍ତି ହେବାକୁ ଥିଲା । ବୁଧବାର ସେ ମାନସିକ ପୂର୍ଣ୍ଣ କରି ଘରକୁ ଫେରିବା କଥା କହୁଥିବା ବେଳେ ଗୁରୁବାର ମନ୍ଦିର ପରିସରରେ ତାଙ୍କର ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଥିଲା । ଆଗରୁ ମଧ୍ୟ ସେ ମନ୍ଦିରରେ ଚାରି ଥର ଏମିତି ଅଧିଆ ପଡିଥିଲେ । ଦୁଇ ଦୁଇ ଥର ମାନସିକ ପୂର୍ଣ୍ଣ ହୋଇଥିବା କଥା ପରିବାରକୁ କହିଥିଲେ । ହେଲେ ଗୁରୁବାର ତାଙ୍କର ମନ୍ଦିର ପରିସରରେ ଝୁଲନ୍ତା ଅବସ୍ଥାରେ ମୃତ ଦେହ ମିଳିବା ପରେ ତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ତେବେ ଘଟଣାର ଖବର ପାଇ ବରଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ଆସିକା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି ।

Latest Posts

Don't Miss