୨୬/୧୧ ପରେ କାହିଁକି ମୌନ ଥିଲେ ମନମୋହନ,ଓବାମା ଖୋଲିଲେ ପରଦା

1 min read

ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଭାରତୀୟ ରାଜନୀତିରେ ଏବେ ଏକ ସରଗରମ ପ୍ରସଙ୍ଗ । ନିକଟ ଅତୀତରେ ତାଙ୍କ ଲିଖିତ ‘A Promised Land’କୁ ନେଇ ଅନେକ ଚର୍ଚ୍ଚା ହେଉଛି । ସେ ନିଜ ପୁସ୍ତକରେ ରାହୁଲ ଗାନ୍ଧୀଙ୍କୁ ନେଇ ଏକ ବିବାଦୀୟ ମନ୍ତବ୍ୟ ରଖିଥିଲେ । ତାକୁ ନେଇ ଭାରତୀୟ ରାଜନୀତିରେ ଅନେକ ବୟାନବାଜି ମଧ୍ୟ ହେଲା । ଏବେ ପୁସ୍ତକର ଆଉ ଏକ ଆଲେଖ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ବାରାକ ଓବାମା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କର ପାକିସ୍ତାନ ଆଭିମୁଖ୍ୟ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି  ଓ ମନମୋହନଙ୍କର ମୁସଲିମ ତୁଷ୍ଟୀକରଣ ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ।

ସେ ଲେଖିଛନ୍ତି, ପାକିସ୍ତାନ ଆତଙ୍କବାଦୀଙ୍କର ୨୬/୧୧ ଆକ୍ରମଣ ପରେ ଭାରତରେ ପାକିସ୍ତାନ ବିରୋଧୀ ସ୍ୱର ଏକଦମ ଜୋର ଧରିଥିଲା । ତେବେ ଏସବୁ ସତ୍ତ୍ୱେ ମଧ୍ୟ କେନ୍ଦ୍ରଶାସିତ କଂଗ୍ରେସ ପାକିସ୍ତାନ ବିରୋଧରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । ଭାଜପାର ପ୍ରଭାବ ଦେଶରେ ମୁସଲିମ୍ ବିରୋଧୀ ସ୍ୱର ତୀବ୍ର ହୋଇଥିଲେ ମଧ୍ୟ ମନମୋହନ ସିଂହ କାର୍ଯ୍ୟାନୁଷ୍ଠାନ ନେଇନଥିଲେ । ମନମୋହନଙ୍କର ବୁଝିବା ଏହା ଥିଲା ଯେ, ପାକିସ୍ତାନ ବିରୋଧୀ କାର୍ଯ୍ୟାନୁଷ୍ଠାନ ଦ୍ୱାରା ଦେଶରେ ମୁସଲିମ୍ ବିରୋଧୀ ବିଦ୍ୱେଷ ଭାବ ବଢିବାର ଅଶଙ୍କା ଥିଲା । ତେଣୁ ପାକିସ୍ତାନରେ ଉପରେ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ସେ ନଥିଲେ । ପୁସ୍ତକରେ ଲେଖା ଅଛି ଯେ, ମନମୋହନଙ୍କର ଏହି ନିଷ୍ପତ୍ତି ପାଇଁ ତାଙ୍କୁ ରାଜନୈତିକ କ୍ଷତି ମଧ୍ୟ ହୋଇଛି ।

ନିଜ ପୁସ୍ତକରେ ବାରାକ ଓବାମା ଭାରତର ସଂଘର୍ଷ ସମ୍ୱନ୍ଧରେ ମଧ୍ୟ ଲେଖିଛନ୍ତି । ବିଚ୍ଛିନ୍ନବାଦୀଙ୍କ ଆନ୍ଦୋଳନ, ତୃଣମୂଳ ସ୍ତରର ଦୁର୍ନୀତି ଓ ଉଗ୍ର ରାଜନୈତିକ ବିବାଦ ସତ୍ତ୍ୱେ ଭାରତ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଛି ବୋଲି ଓବାମା ନିଜ ପୁସ୍ତକ A Promised Landରେ ଉଲ୍ଲେଖ କରିଛନ୍ତି ।

Leave a Reply