spot_img

Latest Posts

ଥାନାରୁ ଚମ୍ପଟ ଅଭିଯୁକ୍ତ ! ପଦାରେ ପଡ଼ିଲା କମିଶନରେଟ ପୋଲିସର ଢିଲା ସୁରକ୍ଷା

ନନ୍ଦିଘୋଷ ବ୍ୟୁରୋ : ପଦାରେ ପଡ଼ିଲା କମିଶନରେଟ ପୋଲିସର ଢ଼ିଲା ସୁରକ୍ଷା। କନେଷ୍ଟବଳଙ୍କୁ ଧକ୍କା ଦେଇ ମୋବାଇଲ ଚୋର ଥାନାରୁ ଚମ୍ପଟ ମାରିଛି। ରାଜଧାନୀ ଉପକଣ୍ଠ ଚନ୍ଦକା ଥାନାରେ ଏଭଳି ଘଟଣା ଘଟିଛି। ଫେରାର ଅଭିଯୁକ୍ତ ହେଉଛି ପଶ୍ଚିମବଙ୍ଗର ରାଜା। ଅଭିଯୋଗ ଅନୁଯାୟୀ ଗତମାସ ୨୮ ତାରିଖ ରାତିରେ ଏକ ଆଇଫୋନ ଚୋରି ହୋଇଥିଲା। ଯେଉଁ ଅଭିଯୁକ୍ତକୁ ଦୁଇ ଦିନ ତଳେ ଚନ୍ଦକା ପୋଲିସ ଧରି ଅଧିକ ପଚରାଉଚରା କରୁଥିଲା। ଗତକାଲି ଅଭିଯୁକ୍ତ ଜଣଙ୍କ ବାନ୍ତି ଲାଗୁଥିବା ବାହାନା କରି ବାଥରୁମ ଯାଇଥିଲା। ଥାନାର ସେଣ୍ଟ୍ରି ସମେତ ଦୁଇ ଜଣ କନେଷ୍ଟବଳ ମଧ୍ୟ ତାକୁ ଜଗି ଛିଡ଼ା ହୋଇଥିଲେ। ହେଲେ ଅଭିଯୁକ୍ତ ଜଣଙ୍କ ଚତୁରତାର ସହ ଜଣେ କନେଷ୍ଟବଳଙ୍କୁ ଧକ୍କା ଦେଇ ବାହାର ପଟ ଗେଟରେ ଦୌଡ଼ି ପଳାଇଥିଲା। ରାଜା ଖସିଯିବା ପରେ ଚନ୍ଦକା ଥାନାର ଢିଲା ସୁରକ୍ଷା ବ୍ୟବସ୍ଥା ପଦାରେ ପଡ଼ିଛି। ଥାନାରେ ଏକାଧିକ କର୍ମଚାରୀ ଥାଇ ମଧ୍ୟ ଚୋର ଖସି ପଳାଇଯିବା କମିସନରେଟ ପୋଲିସର ଢିଲା ସୁରକ୍ଷାକୁ ପଦାରେ ପକାଇଛି। ସେପଟେ ୨୪ ଘଣ୍ଟାରୁ ଅଧିକ ସମୟ କାହାରିକୁ ଅଟକ ରଖିବାର ନିୟମ ନଥିବା ବେଳେ ଚନ୍ଦକା ପୋଲିସ ରାଜାକୁ କିଭଳି ଦୁଇ ଦିନ ଧରି ଅଟକ ରଖିଥିଲା ତାକୁ ନେଇ ପ୍ରଶ୍ନ ଉଠିଛି।

Latest Posts

Don't Miss