ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଚନ୍ଦନ ଯାତ୍ରା ପ୍ରସ୍ତୁତି ବୈଠକ

ପୁରୀ: ଚନ୍ଦନ ଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଚନ୍ଦନ ଯାତ୍ରା ପ୍ରସ୍ତୁତି ବୈଠକ । ଆୟୋଜିତ ଏହି ବୈଠକରେ ଶାନ୍ତି ଶୃଙ୍ଖଳାର ସହ ଚନ୍ଦନଯାତ୍ରା ସମାପନ କରିବାକୁ ନିଷ୍ପତ୍ତି ହୋଇଛି । ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଥିବାରୁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯିବ । ଶୃଙ୍ଖଳିତ ନୀତି ସହ ଚନ୍ଦନଯାତ୍ରା ଆୟୋଜନ ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଏସପି, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଓ ବିଭାଗୀୟ ଅଧିକାରୀ ସାମିଲ ହୋଇଥିଲେ ।

ସୂଚନା ଅନୁସାରେ ଆସନ୍ତା ମେ’ ୩ ତାରିଖରେ ଅକ୍ଷୟ ତୃତୀୟ ଅନୁଷ୍ଠିତ ହେବ । ଗତ ଦୁଇ ବର୍ଷ ଧରି କୋଭିଡ୍ କଟକଣା ପାଇଁ ଭକ୍ତମାନେ ଚନ୍ଦନ ଯାତ୍ରାରେ ସାମିଲ ହୋଇନଥିଲେ । ତେବେ ଚଳିତ ବର୍ଷ କରୋନାର ପ୍ରକୋପ କମିଥିବାରୁ ଏଥର ଭକ୍ତଙ୍କ ଗହଣରେ ଚାପ ଖେଳିବେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଭକ୍ତମାନେ କିଭଳି ଭାବରେ ଶୃଙ୍ଖଳିତ ଭାବରେ ଦର୍ଶନ କରିବେ ସେନେଇ ଏହି ବୈଠକରେ ଆଲୋଚନା ହୋଇଛି ।