spot_img

Latest Posts

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ରୋଗୀ

କନ୍ଧମାଳ:  ଆସିପାରିଲାନି ଆମ୍ବୁଲାନ୍ସ ଖଟିଆରେ ବୁହାହେଲା ରୋଗୀ  । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି, କନ୍ଧମାଳ କୋଟଗଡ଼ ବ୍ଲକ୍ ବାଡିପାଙ୍ଗା ଗାଁରେ।  ସମୟରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ତିନି କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ । ଚିକିତ୍ସାଧିନ ଅବସ୍ଥାରେ ରୋଗୀର ମୃତ୍ଯୁ ହୋଇଥିବା ସୂଚନା। ଗାଁକୁ ପକ୍କା ରାସ୍ତା ନଥିବାରୁ ଏଭଳି ସମସ୍ଯା ଦେଖାଦେଇଛି। କନ୍ଧମାଳ କୋଟଗଡ଼ ବ୍ଲକ୍ ବାଡିପାଙ୍ଗା ଗାଁର ଶ୍ରୀକାନ୍ତ ରଇତଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ଚିକିତ୍ସା ପାଇଁ କୋଟଗଡ଼ ଡ଼ାକ୍ତରଖାନାକୁ ନେବାକୁ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ହେଲେ ରାସ୍ତା ଖରାପ ଥିବାରୁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ।

ପରିବାର ଲୋକେ ବାଧ୍ୟହୋଇ ଏକ ଖଟିଆଆରେ ପ୍ରାୟ ୩ କିଲୋମିଟର ବୋହି ଆଣି ଆମ୍ବୁଲାନ୍ସ ନିକଟରେ ପହଁଚାଇଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ଶ୍ରୀକାନ୍ତଙ୍କୁ କୋଟଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଶ୍ରୀକାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଠିକ୍ ସମୟରେ ମେଡିକାଲରେ ପହଞ୍ଚି ପାରିନଥିବାରୁ ରୋଗୀର ମୃତ୍ଯୁ ହୋଇଥିବା ଉତ୍ତେଜିତ ଗ୍ରାମବାସୀ କହିଛନ୍ତି।

Latest Posts

Don't Miss