spot_img

Latest Posts

ଜାତି ନନ୍ଦିଘୋଷ କନକ୍ଲେଭରେ ଓଡ଼ିଶା ଲାଗି ନୂଆ ଭିଜନ

ଭୁବନେଶ୍ୱର : ଜାତି ନନ୍ଦିଘୋଷ କନକ୍ଲେଭରେ ଓଡ଼ିଶା ଲାଗି ନୂଆ ଭିଜନ। ରାଜ୍ଯର ବିକାଶ, ରୋଡମ୍ଯାପ, ନୂଆ ଆହ୍ବାନ ନେଇ ନନ୍ଦିଘୋଷ ଟିଭି ପକ୍ଷରୁ ଆୟୋଜିତ କନକ୍ଲେଭ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡକ୍ଟର ସନ୍ଦୀପ କୁମାର ରାଉତ ଓ ସାଥୀଙ୍କ ଦ୍ବାରା ତାଳବାଦ୍ଯ ସଂଗୀତ କାର୍ଯ୍ୟକ୍ରମ ପ୍ରଦର୍ଶିତ ହେବା ପରେ ଆରମ୍ଭ ହୋଇଥିଲା ସଭାକାର୍ଯ୍ୟ। ପରେ ମୁଖ୍ଯଅତିଥି ତଥା ଏକାମ୍ର ପ୍ରକଳ୍ପ ପରାମର୍ଶଦାତା ଓ ଆଦିତ୍ଯ ବିର୍ଲା ଗ୍ରୁପର ପୂର୍ବତନ ଗ୍ଲୋବାଲ ସିଇଓ ଡକ୍ଟର ସନ୍ତୃପ୍ତ ମିଶ୍ର, ରାଜ୍ଯସଭା ସାଂସଦ ତଥା ନନ୍ଦିଘୋଷ ଟିଭି ଓ ସକାଳ ଅଧ୍ୟକ୍ଷ ମାନସ ରଞ୍ଜନ ମଙ୍ଗରାଜ, ମିଡିଆ ଏଣ୍ଟରପ୍ରିନୁର ଶିରେନ ସେଠୀ, ଅଭିନେତ୍ରୀ ରେବତୀ, ନନ୍ଦିଘୋଷ ଟିଭି ସିଓଓ ଜବର ସିଂ ପନୱର, ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ଓ ସକାଳ ସମ୍ପାଦକ ଡକ୍ଟର ଉମାକାନ୍ତ ମିଶ୍ର ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି କନକ୍ଲେଭକୁ ଉଦଘାଟନ କରିଥିଲେ।

ସଭାରେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ କହିଥିଲେ- ଗତ ୪ ବର୍ଷରେ ନନ୍ଦିଘୋଷ ଓ ସକାଳ ଶୈଶବରୁ ଯୌବନପ୍ରାପ୍ତି ହୋଇଛି। ଖୁବ୍ କମ୍ ସମୟ ମଧ୍ୟରେ ନନ୍ଦିଘୋଷ ଟିଭି ନିଜର ଦର୍ଶକୀୟ ଆଦୃତି ଲାଭ କରିଛି। ସେହିପରି ସକାଳ ଖବରକାଗଜ ମଧ୍ଯ ରାଜ୍ଯର ପାଠକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇଛି। ନନ୍ଦିଘୋଷ ଟିଭି ସିଓଓ ଜବର ସିଂ ପନୱର ଓ ସମ୍ପାଦକ ଶିଶିର ଭଟ୍ଟମିଶ୍ର, ସକାଳର ସିଇଓ ସୁବ୍ରତ ଦାସ ଓ ସମ୍ପାଦକ ଉମାକାନ୍ତ ମିଶ୍ରଙ୍କ ସମେତ ଅନ୍ଯାନ୍ଯ କର୍ମକର୍ତ୍ତାଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ସାଂସଦ।

Latest Posts

Don't Miss