spot_img

Latest Posts

ବଲାଙ୍ଗୀରରେ ବିକାଶର ନୂଆଯୁଗ, ଗ୍ରାଉଣ୍ଡରେ ଜଳସଂପଦ ମନ୍ତ୍ରୀଙ୍କ ସହ ଉନ୍ନୟନ ସଚିବଙ୍କ ଅନୁଧ୍ୟାନ

ବଲାଙ୍ଗୀର: ବଲାଙ୍ଗୀରରେ ବିକାଶର ନୂଆଯୁଗ । ଜଳସେଚନରୁ ପାନୀୟ ଜଳ ଯୋଗାଣ । ଇତିହାସ ହେବ ମରୁଡ଼ି, ଘର ଦୁଆରେ ପହଞ୍ଚିବ ବିଶୁଦ୍ଧ ପାଣି । ଜିଲ୍ଲାରେ ଜଳସେଚନ ଓ ପାନୀୟ ଜଳ ପ୍ରକଳ୍ପକୁ ଫୋକସ କରିଛନ୍ତି ରାଜ୍ୟ ସରକାର । ଏହାଛଡ଼ା ସାମଗ୍ରୀକ ବିକାଶ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏକାଧିକ ନିର୍ମାଣାଧୀନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବାକୁ ଗ୍ରାଉଣ୍ଡରେ ପହଞ୍ଚିଛନ୍ତି ଉନ୍ନୟନ ସଚିବ ଅନୁ ଗର୍ଗ I ଦୁଇଦିନିଆ ଗସ୍ତରେ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ସହିତ ବଲାଙ୍ଗୀର, ପାଟଣାଗଡ଼, ଖପ୍ରାଖୋଲ ଓ ଟିଟିଲାଗଡ଼ ଅଞ୍ଚଳରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ସହିତ ତୁଷୁରାଠାରେ ନବନିର୍ମିତ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍, ଗୁଡ଼ଭେଲାରେ ମେଗା ଉଠାଜଳସେଚନ ପ୍ରକଳ୍ପ, ବଲାଙ୍ଗୀର NH ବାଇପାସ୍, ମୁନିସିପାଲିଟି ଦ୍ବାରା ନିର୍ମାଣ ହେଉଥିବା ସ୍ମାର୍ଟ ପାର୍କ, ଛତାମଖନାରେ ବ୍ୟାରେଜ, ମେଡିକାଲ କଲେଜ ହସ୍ପିଟାଲରେ ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି I

ବଲାଙ୍ଗୀର ଜିଲ୍ଲାର ଲାଇଫଲାଇନ ଲୋୟର୍ ସୁକତେଲ ପ୍ରକଳ୍ପ । ମାଗୁରବେଡା ସ୍ଥିତ ସୁକତେଲ ନଦୀରେ ନିର୍ମାଣାଧୀନ ପ୍ରକଳ୍ପ ଏବେ ଶେଷ ପର୍ଯ୍ୟାୟରେ । 5T ସଚିବଙ୍କ ସହ ସଚିବ ସ୍ତରୀୟ ହାଇଲେଭୁଲ ଟିମ ଏହାର ତଦାରଖ କରୁଛନ୍ତି । ୫୦୫କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହେଉଥିବା ପ୍ରକଳ୍ପ ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ୫୦ ହଜାର ହେକ୍ଟରରୁ ଅଧିକ ଜମିକୁ ଜଳସେଚିତ କରିବ । ଜିଲ୍ଲାରେ ପାନୀୟ ଜଳର ଅଭାବ ମଧ୍ୟ ଦୂର କରିବ । ଜୁନ୍ କିମ୍ବା ଜୁଲାଇ ମାସରେ ଏହାକୁ କାର୍ଯ୍ୟକ୍ଷମ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଡ୍ୟାମ୍ କାମ ୯୯ ପ୍ରତିଶତ ଶେଷ ହୋଇଥିବା ବେଳେ ୧୨ଟି ସ୍ଲୁଇସ୍ ଗେଟରୁ ୬ଟିର କାମ ସରିଛି । ବର୍ଷା ଋତୁରେ ଡ୍ୟାମରେ ପାଣି ଭର୍ତ୍ତି କରାଯିବ । ସବୁ କ୍ଷେତ୍ରରେ ବିକାଶର ଶୀର୍ଷ ଛୁଇଁବ ବଲାଙ୍ଗୀର । ଏଥିପାଇଁ ରାଜ୍ୟ ସରକାର ମାଷ୍ଟରପ୍ଲାନ କରିଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସତ ହେବାରେ ଲାଗିଛି ।

Latest Posts

Don't Miss