spot_img

Latest Posts

ଝିଅର ପ୍ରେମକୁ ବିରୋଧ, ପ୍ରେମିକକୁ ଅପହରଣ ପରେ ହତ୍ୟା

ରାଉରକେଲା: ନାବାଳିକା ଝିଅର ପ୍ରେମକୁ ବିରୋଧ। ପ୍ରେମିକକୁ ଅପହରଣ ପରେ ହତ୍ୟା। ମାମଲାରେ ନାବାଳିକାଙ୍କ ବାପାଙ୍କ ସହ ୬ଅଭିଯୁକ୍ତଙ୍କୁ ଗିରଫ କରିଛି ରାଉରକେଲା ପ୍ଲାଣ୍ଟ ସାଇଟ୍ ଥାନା। ମୃତକ ହେଉଛନ୍ତି ଦେବଗଡ଼ ହାତୀଶାଳ ସାହିର ଶ୍ରୀନିବାସ ରାଓ। ନାବାଳିକାଙ୍କ ବାପା ଵିନୋଦ ସିଂଙ୍କ ସହ ଅନ୍ୟ ୬ଜଣ ଶ୍ରୀନିବାସଙ୍କୁ ପିଟିପିଟି ହତ୍ୟା କରିବା ପରେ ମୃତଦେହକୁ କୋଇଲା ବୋଝେଇ ଟ୍ରେନରେ ରାୟପୁର ପଠାଇ ଦେଇଥିଲେ।

ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଗତ ୨୪ତାରିଖରେ ଶ୍ରୀନିବାସଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ପ୍ଲାଣ୍ଟ ସାଇଟ ଥାନାରେ ଅଭିଯୋଗ ହୋଇଥିଲା।ହତ୍ୟାରେ ବ୍ୟବହୃତ ଵେସଵଲ ଵ୍ୟାଟ, ଲୁହା ପାଇପ ଜଵତ ହୋଇଥିବା ବେଳେ ରାୟପୁରରୁ ମୃତଦେହ ଉଦ୍ଧାର କରାଯାଇଛି । ହତ୍ୟା ମାମଲାରେ ୬ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି। ତାକୁ ଧରିବାକୁ ଉଦ୍ୟମ କରୁଛି ପୋଲିସ ।

Latest Posts

Don't Miss