ଚଳନ୍ତା କାରରେ ଲାଗିଲା ନିଆଁ

କଟକ: ଜଳିଗଲା ଚଳନ୍ତା କାର୍ । କଟକରୁ ଭୁବନେଶ୍ୱର ଯାଉଥିବା ସମୟରେ ଚଳନ୍ତା କାରରେ ଲାଗିଲା ନିଆଁ । ସଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ତେବେ କାରରେ ନିଆଁ ଲାଗିଥିବାବେଳେ ଏଥିରେ କେହି ଆହତ ହୋଇନାହାନ୍ତି । କଟକ ଲିଙ୍କ ରୋଡ଼ ଓଭର ବ୍ରିଜ ଉପରେ ଘଟିଛି ଏହି ଦୁର୍ଘଟଣା । ରାସ୍ତା ଉପରେ ଚଳନ୍ତା କାରରେ ନିଆଁ ଲାଗିଯିବା ପରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଥିବା ଦେଖିବାକୁ ମିଳିଛି । ରାସ୍ତା ଉପରେ ଏହି ଘଟଣା ଘଟିଥିବାରୁ ରାସ୍ତା ଉପରେ ଶହ ଶହ ଗାଡ଼ି ଅଟକି ରହିଛି ।