କେନ୍ଦୁଝର କାଞ୍ଜିପାଣି ଘାଟିରେ ଜଳିଗଲା ବସ୍, ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ

କେନ୍ଦୁଝର: କେନ୍ଦୁଝରରେ ଚଳନ୍ତା ବସ୍ରେ ଲାଗିଲା ନିଆଁ । ଆଖି ପିଛୁଳାକେ ହୁ ହୁ ହୋଇ ଜଳିଗଲା ବସ୍ । ଅଳ୍ପକେ ବର୍ତ୍ତିଲେ ୩୦ରୁ ଅଧିକ ଯାତ୍ରୀ । କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ନିଆଁ ଲାଗି ଜଳି ଯାଇଛି ଯାତ୍ରୀବାହୀ ବସ୍ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବସଟି ରାଉରକେଲାରୁ କେନ୍ଦୁଝର ଫେରୁଥିବା ବେଳେ ସର୍ଟ ସର୍କିଟରୁ ହଠାତ୍ ନିଆଁ ଲାଗି ଯାଇଥିଲା । ନିଆଁ ଲାଗିବା ପରେ ବସରେ ଥିବା ସମସ୍ତ ଯାତ୍ରୀ ଓ କର୍ମଚାରୀ ବାହାରକୁ ବାହାରି ଆସିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିବା ବେଳେକୁ ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା । ତେବେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।