ପୁଣି ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ
1 min readନୂଆଦିଲ୍ଲୀ: ସରକାରଙ୍କୁ ଆଲୋଚନା ପ୍ରସ୍ତାବ ଦେବାର ଗୋଟିଏ ଦିନ ପରେ ଆନ୍ଦୋଳନକୁ ଦେଶବ୍ୟାପୀ କରିବା ନିଷ୍ପତି ନେଇଛନ୍ତି ଚାଷୀ । ନୂଆବର୍ଷରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଦେଶବ୍ୟାପୀ ବିକ୍ଷୋଭ ଆହ୍ବାନ ଦିଆଯାଇଛି । ତେବେ ଚାଷୀ ସଂଗଠନ AIKSCC (ଅଲ୍ ଇଣ୍ଡିଆ କିଶାନ ସଂଘର୍ଷ କୋଡିନେସନ କମିଟି) ପକ୍ଷରୁ ଡିସେମ୍ବର ୨୯ରେ ବିହାରର ପାଟନା, ଥାନାଜୁର, ଡିସେମ୍ବର ୩୦ରେ ମଣିପୁର ଓ ହାଇଦ୍ରାବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯିବା କାର୍ଯ୍ୟକ୍ରମ ରହିଛି ।
ସେପଟେ ଚାଷୀ ସଂଗଠନ ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ଆଲୋଚନା ପ୍ରସ୍ତାବ ନେଇ କିଛି ଉତ୍ତର ମିଳିନାହିଁ । ତେଣୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କ୍ରାନ୍ତିକାରୀ କୃଷକ ୟୁନିଅନ ସଭାପତି ଦର୍ଶନ ପାଲ କହିଛନ୍ତି । ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଆଜିକୁ ୩୩ ଦିନରେ ପହଞ୍ଚିଛି । କିନ୍ତୁ ସରକାର ଏବଂ ଚାଷୀଙ୍କ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ପର୍ଯ୍ୟନ୍ତ ନିଷ୍କର୍ସ ବାହାରି ପାରୁନାହିଁ ।
ପ୍ରବଳ ଶୀତରେ ରାଜଧାନୀ ଦିଲ୍ଲୀ ଥରୁଥିବା ବେଳେ ରାସ୍ତାରେ ବସି ରହିଛନ୍ତି ହଜାର ହଜାର ଚାଷୀ । କୃଷି ଆଇନ ପ୍ରତ୍ୟାହାର ଜିଦ୍ରେ ଚାଷୀ ସଂଗଠନ ଆନ୍ଦୋଳନ ଜାରି ରଖିଛି । ପୂର୍ବରୁ ଅନେକ ବାର ସରକାର ଚାଷୀଙ୍କ ସହ ଆଲୋଟଚନା କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରି ନଥିଲା । ତେବେ ଆଗକୁ ଏଦିଗରେ ସରକାର ଏବଂ ଚାଷୀଙ୍କ ମଧ୍ୟରେ ବିବାଦ ତୁଟୁଛି ନା ବଢୁଛି ତାହା ସମୟକୁ ଅପେକ୍ଷା ।